ଚୁଡଙ୍ଗପୁର ରେ ବନମହୋତ୍ସବ ପାଳିତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଚୁଡ଼ଙ୍ଗପୁର ସାନଖେମୁଣ୍ଡି ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ୭୪ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଚାରାରୋପଣ କରାଯାଇଛି। ଏକ ସୁସ୍ଥ ପରିବେଶ ଗଠନ ନିମନ୍ତେ ସବୁଜ ବନାନୀର ଆବଶ୍ୟକତା ରହିଛି। ବୃକ୍ଷ ଲତା ବିନା ପ୍ରାଣୀ ଜଗତ ବଞ୍ଚିବା ଅସମ୍ଭବ। ତେଣୁ ବୃକ୍ଷ ଲତାର ରକ୍ଷଣାବେକ୍ଷଣ ସହ ଯତ୍ନ ନେବା ପାଇଁ ଜାତୀୟ ବନମହୋତ୍ସବ ଆଜି ସାନଖେମୁଣ୍ଡି ନୋଡାଲ ଉଚ୍ଚ ବିଦ୍ୟାଳୟ, ଚୁଡ଼ଙ୍ଗପୁର ପରିସରରେ ପାଳନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବି ଦୁର୍ଯୋଧନ ପାତ୍ର, ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ସାନଖେମୁଣ୍ଡି ଗୋଷ୍ଠି ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ଚୌଧୁରୀ ଫରେଷ୍ଟର ଅରୁଣ କୁମାର ଦାସ ଯୋଗୋଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଜଙ୍ଗଲ ଓ ବୃକ୍ଷ ର ଉପକାରିତା ବିଷୟରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଆର ରଘୁନାଥ ଦୋରା, ଇକୋ କ୍ଲବ, ଶକ୍ତି କ୍ଲବ, ଜେଆରସି ସ୍କାଉଟ୍ ର ସଦସ୍ୟ ମାନେ, ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ସମସ୍ତ ଛାତ୍ର ଛାତ୍ରୀ ମାନେ ଚାର ରୋପୋଣ କରିଥିଲେ ଏବଂ ତାର ଯତ୍ନ ନେବା ପାଇଁ ସବୁଜ ଶପଥ ନେଇଥିଲେ । ବିଦ୍ୟାଳୟ ପରିସରରେ ଅଅଁଳା, ପିସ୍ତା ବାଦାମ, ପିଜୁଳି, ଲେମ୍ବୁ, ଆକାସିଆ ଭଳି ଅନେକ ମୂଲ୍ୟବାନ ବୃକ୍ଷ ଲଗାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ