ଚୁପଚାପ୍ ଶକ୍ତି ବଢାଇ ଚାଲିଛନ୍ତି ଦଶରଥ

ବାରିପଦା ନିର୍ବାଚନ ମଣ୍ଡଳୀ ସବୁବେଳେ ରହିଛି ଘଟଣା ବହୁଳ। ଏଥର ମଧ୍ୟ ବିଜେଡି ଟିକଟ ଝୁଲି ରହିଲା ଶେଷ ପର‌୍ୟ୍ୟନ୍ତ। ପାଳି ପଡିଲା ୧୪୫ ନମ୍ବର ରେ। ସେଥିରେ ପୁଣି ଦୁଇଦୁଇ ଥର ର ବିଧାୟକ ତଥା ଉପବାଚସ୍ପତି ଙ୍କ ଟିକଟ କଟି ରାଜ୍ୟସଭା ସାଂସଦ ସରୋଜିନୀ ଙ୍କ ଭାଗରେ ପଡିଲା। ସେପଟେ ବିଜେଡି ର ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରକାଶ ସୋରେନ ବିଜେପି କୁ ଡେଇଁ ଟିକଟ ହାତେଇ ଥିବାରୁ ବିଜେପି ର ପୁରୁଣା ଆଶାୟୀ ଓ କର୍ମୀ ତାଙ୍କଠୁ ଦୁରରେ। ଏଭଳି ପରିସ୍ଥିତି ରେ ଜେଏମଏମ-କଂଗ୍ରେସ ମେଣ୍ଟ ରେ ବାରିପଦା ପଡିଛି କଂଗ୍ରେସ ଭାଗରେ। ପୁଣି ଅନ୍ୟ ଛାମୁଆ ନେତା ଥାଉଁଥାଉଁ ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରି ଟିକଟ ପାଇଛନ୍ତି ଦଶରଥ ସିଂ।
ଦଶରଥ ପୂର୍ବରୁ ଜେଏମଏମ ରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିଛନ୍ତି। ହେଲେ ତାଙ୍କର ସବୁଠାରୁ ବଡ ପରିଚୟ ହେଉଛି ସେ ଆଦିବାସୀ ଯାତ୍ରା ଓ ସିନେ ଜଗତ ର ଜଣେ ଜଣାଶୁଣା ଏବଂ ଲୋକପ୍ରିୟ କଳାକାର। ସେଥିପାଇଁ ସେ ଘରେଘରେ ପରିଚିତ। ଜଣେ ଶିକ୍ଷିତ ଭଦ୍ର ଓ ଲୋକପ୍ରିୟ ବ୍ୟକ୍ତିତ୍ୱ ଭାବରେ ଆଦିବାସୀ ସମାଜ ରେ ପ୍ରାର୍ଥି ଭାବରେ ତାଙ୍କ ଗ୍ରହଣୀୟତା ବେଶ୍ ଭଲ। ପୂର୍ବରୁ ଜେଏମଏମ ସହିତ ସମ୍ପର୍କ ଓ ବର୍ତ୍ତମାନ ମେଣ୍ଟ କାରଣରୁ ତାଙ୍କ ଲାଗି ଜେଏମଏମ ଭୋଟବ୍ୟାଙ୍କ ହାତେଇବା ସହଜ ଜଣା ପଡୁଛି। ବହୁଦିନରୁ ଯାତ୍ରା ମାଧ୍ୟମରେ ଲୋକ ଙ୍କ ସହିତ ଯୋଡିହୋଇ ରହି ଆସିଥିବା ଦଶରଥ ଙ୍କ ପ୍ରତି ଦିନକୁ ଦିନ ଜନସମର୍ଥନ ମଧ୍ୟ ବଢି ଚାଲିଛି। ଅନ୍ୟ ଦଳଗୁଡିକ ଷ୍ଟାର ପ୍ରଚାରକ ଙ୍କୁ ଆଣି ବଜାର ରେ ହୋ-ହାଲ୍ଲା କରୁଥିବା ବେଳେ ଆଦିବାସୀ ମହଲରେ ଦଶରଥ ନିଜେ ଜଣେ ଲୋକପ୍ରିୟ ଷ୍ଟାର। ତେଣୁ କେବଳ ନିଜ ସମ୍ପ୍ରଦାୟର କର୍ମୀ ମାନଙ୍କୁ ସାଙ୍ଗରେ ନେଇ ଦଶରଥ ପ୍ରଚାର କଲାବେଳେ ଭୋଟର ଙ୍କ ବିଶ୍ୱାସ ଭାଜନ ହୋଇ ପାରୁଛନ୍ତି। ବିଜେଡି ଓ ବିଜେପି ବାରିପଦା ମୁନିସିପାଲିଟିରେ ଭୋଟ ଛଡାଛଡି ହେଉଥିବା ବେଳେ ଦଶରଥ ଚୁପଚାପ ଖୁଣ୍ଟାବ୍ଲକ, ବାରିପଦା ବ୍ଲକ ଓ ବଡସାହି ର ୯ଟି ପଞ୍ଚାୟତର ଅଦିବାସୀ ଭୋଟର ଙ୍କୁ ଟାର୍ଗେଟ ରେ ରଖି ଅଗେଇ ଚାଲିଛନ୍ତି। ବାରିପଦା ର ବର୍ତ୍ତମାନ ପରିସ୍ଥିତି ରେ ବିଜେଡି ଗୋଷ୍ଠି କନ୍ଦଳ ଏବଂ ବିଜେପି ଦୁର୍ବଳ ନେତୃତ୍ୱ ସହିତ ସନ୍ତୁଳି ହେଉଥିବା ବେଳେ ଜେଏମଏମ ହାତ ଧରି ଦଶରଥ କିନ୍ତୁ ଚୁପଚାପ୍ ଅଗେଇ ଚାଲିଛନ୍ତି। ଯଦି କଂଗ୍ରେସ ର ସୁପ୍ତ ଭୋଟବ୍ୟାଙ୍କ ଓ ଜେଏମଏମ ର ସମର୍ଥନ କୁ ଦଶରଥ ହାତେଇ ପାରିଲେ ତେବେ “ଦୁଇ ଜଣଙ୍କ କଳିରୁ ତୃତୀୟ କୁ ଲାଭ” ନ୍ୟାୟ ରେ ବାରିପଦା ର ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଝଟକା ଦେଇପାରେ। ତେବେ ବାରିପଦା ରେ ବିଜେଡି-ବିଜେପି ଲଢେଇ ହେବା କଥା ପୁର୍ବରୁ ଚର୍ଚ୍ଚା ହେଉଥିବା ବେଳେ ଏବେ କିନ୍ତୁ ତାହା ବଦଳି ତ୍ରୀମୂଖି ଯୁଦ୍ଧ ହେବାର ଚର୍ଚ୍ଚା କୁ ଖୋରାକ ଯୋଗାଇଲାଣି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ