ଚୂନ ଲିପୂଥିବା ବେଳେ ବିଡୁତ ଆଘାତରେ ମହିଳା ମୃତ
ବେଲ୍ଲଗୁଣ୍ଠା ,(ସନ୍ତୋଷ ବିଷୋୟୀ ): ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷେତ୍ରୀୟବରପୂର ଖଡାଳ ସାହିର ବିସୁନୁ ନାଇକଙ୍କ ସ୍ତ୍ରୀ ତମସା ନାଇକ (୩୦) , ଆସ୍ପିନ ସ୍ରାଧ ଥିବାରୁ ସୋମୋବାର ଅପରାଣ୍ହ ୪.୫୦ ମିନିଟ ସମୟରେ ନିଜ ଘରେ ଚୂନ ଲିପୂଥିଲା , ଅସାବଧାନତା ବଶତଃ ଏକ ଛିଣ୍ଡା ବିଡୁତ ତାର ସଂସ୍ପର୍ଷ ରେ ଆସି ତମସା ପୋଡ଼ିଯାଇ କଚାଡି ହେଇ ତଳେ ପଡ଼ିଥିଲେ । ଘଟଣା ସ୍ତଳରେ ହିଁ ତମସା ଙ୍କ ମୃତ ଘଟିଥିଲା ସ୍ଵାମୀ ବିସୁନୁ ଖବର ପାଇ ଗାଙ୍ଗପୁର ପୋଲୀସକୁ ଜଣାଇଥିଲା । ଘଟଣା ସ୍ତଳରେ ଗାଙ୍ଗପୁର ପୋଲୀସ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ ମାମଲା ରୁଜୁ କରି ଶବ ବେବଛେଦ ପାଇ ଭଞ୍ଜନଗର ପଠାଇ ଥିଲେ । ସନ୍ଧ୍ୟା ହୋଇ ଜାଇଥିବାରୁ ଶବ ବେବଛେଦ ହେଇପାରିନଥିଲା । ଆଜି ଶବ ବେବଛେଦ ହେବାପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ପ୍ରକାଶ ଥାଉକି ବିସୁନୁ ତମସା କୁ ଏକ ବର୍ଷ ତଳେ ବିବାହ କରିଥିଲେ ।