ଚେରମୁଳି ଉପରେ ବିଶ୍ୱାସ … ଆଦିବାସୀ ଗାଁ

ମୋହନା,(ଅଂଶୁମାନ ପଣ୍ଡା) : ଦେଶ ସ୍ୱାଧିନତାର ୭୩ ବର୍ଷ ବିତିଲାଣି ତଥାପି ଜନସଚେତନତାର ଅଭାବରୁ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଆଧୁନିକ ସମୟରେ ମଧ୍ୟ ହଜାର ହଜାର ଜନତା ଗୁଣି ଗାରେଡି ଚେରମୁଳି ,ଝଡା ଫୁଙ୍କା ଆଦିରେ ବିଶ୍ୱାସ କରିବା ନିତାନ୍ତ ଭାବେ ଦୁଖ ଓ ପରିତାପର ବିଷୟ । ଏଥିସହ ମେଡିକାଲ ଚିକିତ୍ସା ପରିବର୍ତ୍ତେ ଆଦିବାସୀ ଜନସାଧାରଣ ଝଡା ଫୁଙ୍କାରେ ବିଶ୍ୱାସ କରି ବହୁ ଜୀବନ ପ୍ରାଣହାନୀ ଘଟିବା ନିତାନ୍ତ ଭାବେ ଦୁଖର ବିଷୟ । ଗଜପତି ଓ ଏହାର ନିକଟ ଗ୍ରାମ ଗୁଡିକରେ ହଜାର ହଜାର ଜନସାଧାରଣ ଗୁଣି ଗାରେଡି ଓ ଝଡା, ଫୁଙ୍କା ଉପରେ ନିର୍ଭର କରୁଛନ୍ତି । ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ଖବ ର ଅନୁଯାୟୀ ମୋହନା ବ୍ଲକ ୪୯ଟି ପଞ୍ଚାୟତ ଆଦିବାସୀ ଜନସାଧାରଣ ଅଧିକାଂଶ ଜଙ୍ଗଲ ଜମିରେ ଚାଷ କରି ପରିବାର ପୋଷଣ କରନ୍ତି । ଟିକିଏ ଥଣ୍ଡା, କାଶ ,ଝାଡା , ଜ୍ୱର ଆଦିହେଲେ ଜନସାଧାରଣ ମେଡିକାଲ ପରିବର୍ତ୍ତେ ଚେରମୁଳି ଉପରେ ବିଶ୍ୱାସ କରନ୍ତି । ବିଭିନ୍ନ ସମୟରେ ସାଧାରଣ ଜ୍ୱର ଓ ଝାଡା ପାଇଁ କୋମଳ ଶିଶୁ ମାନଙ୍କ ଠାରୁ ବହୁ ଲୋକ ମୃତ୍ୟୁବରଣ କରୁଛନ୍ତି । ବିଭିନ୍ନ ସମୟରେ ଚେର ମୁଳି ପାଇଁ ବିଭିନ୍ନ ସମୟରେ ଗୁଣି ଗାରେଡି ସଂନ୍ଦେହ ରେ ବିଭିନ୍ନ ହିଂସା ଯୋଗୁଁ ଜଘନ୍ୟ ହତ୍ୟା କାଣ୍ଡ ଘଟିଥିବାର ନଜିର ରହିଛି । ସ୍ୱାଧିନତାର ବହୁ ବର୍ଷ ପରେ ମଧ୍ୟ ସରକାରଙ୍କ ତରଫରୁ ସଚେତନତା ନକରାଯିବା ତାହା ନିତାନ୍ତ ଭାବେ ଦୁଖ ଓ ପରିତାପର ବିଷୟ ତେଣୁ ସରକାରଙ୍କ ତରଫରୁ ବିଭିନ୍ନ ନାଟକ ଓ ଅଭିନୟ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ନିମନ୍ତେ ବୃଦ୍ଧି ଜୀବି ମାନେ ପ୍ରକାଶ କରିଛନ୍ତି । ସଚେତନ କଲେ ଏଭଳି କୁସଂସ୍କାର ରୁ ଆଦିବାସୀ ମାନେ ଉଦ୍ଧାର ପାଇ ପାରିବେ ବୋଲି ମତପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ