ଚୈତନ୍ୟ ନଗରରେ “ରକ୍ଷକ” କାର୍ଯ୍ୟକ୍ରମ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁର ମହାନଗର ନିଗମ ୱାର୍ଡ ନମ୍ବର ୩ ଅନ୍ତର୍ଗତ ଚୈତନ୍ୟ ନଗରଠାରେ ବିଜୁଯୁବ ବାହିନୀ ପକ୍ଷରୁ ସଡକ ସୁରକ୍ଷା ଶୀର୍ଷକ “ରକ୍ଷକ” କାର୍ଯ୍ୟକ୍ରମ ଯୁବବହିନୀ ସଭାନେତ୍ରୀ ତନ୍ମୟୀ ଦାସ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଜୁଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ କାହ୍ନୁ ଚରଣ ପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଏହିଅବସରରେ ଯୁବ ବାହିନୀର ବହୁ ସଦସ୍ୟ ଯୋଗ ଦେଇ ବିଭିନ୍ନ ସାହି ବୁଲି ସଡକ ସୁରକ୍ଷା ନେଇ ଜନ ସଚେତନତା କରିବା ସହିତ ଶତାଧିକ ମଟର ଯାନ ଗୁଡିକୁ ପ୍ରଦୂଷଣ ଯାଞ୍ଚ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ୱାର୍ଡ ସଂଯୋଜକ ହୟଗ୍ରୀବ ଷଡଙ୍ଗୀ, ମଧୁସୂଦନ ପାଢି, କୋଷାଧ୍ୟକ୍ଷ ନୀଳମାଧଵ ମିଶ୍ର, ପୃଥିବୀରାଜ ପାଇକ, ପ୍ରେମଚାନ୍ଦ ପଟ୍ଟନାୟକ ,ଜଗନାଥ ବେହେରା,ଏମ.ଶିବରାମ ରେଡି, ଶିବଶଙ୍କର ନାୟକ , ଦୀପଙ୍କର ପାତ୍ର, ସୁଜିତ ପାଢ଼ୀ, ରାକେଶ ସାହୁ, ବିଶାଲ ପାତ୍ର, ଅମିତ ସାହୁ, ରାଜା ବେହେରା ସମେତ ବହୁ ଅଂଚଳ ବାସୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ସୁଶୀଲ କୁମାର ସାହୁ ପରିଚାଳନା କରିଥିଲେ।


