ଚୋରକୁ ଧରି ପୋଲିସରେ ଜିମା ଦେଲେ ଲୋକେ
ଯୋଡା, (ସମୀର ଦାଶ): କେନ୍ଦୁଝର ଜିଲା ଯୋଡା ଥାନା ଅର୍ନ୍ତଗତ କୁମାରଯୋଡାଠାରେ ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ଚୋର ସନ୍ଦେହରେ ଗଛରେ ବାନ୍ଧି ରଖି ପରେ ପୋଲିସରେ ଜିମା ଦେଇଛନ୍ତି । ଖବର ନେବାରୁ ଜଣା ପଡିଛି ଯେ, କୁମାରଯୋଡାରେ ରହୁଥିବା ଡାକ୍ତର ପାତ୍ର ଗୁରୁବାର ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ତାଙ୍କ ଘରୁ ୪ଜଣ ଯୁବକ ଲୁହା ଏଙ୍ଗେଲ ଓ ପାଇପ ଚୋରି କରି ନେଉଥିବାର ଦେଖିବାକୁ ପାଇ ଘର ଲୋକଙ୍କୁ ଉଠାଇଥିଲେ । ଏହି ସମୟରେ ୪ଜଣ ଚୋରଙ୍କ ମଧ୍ୟରୁ ୩ଜଣ ଦୌଡି ପଳାଇଥିଲେ । ଜଣକୁ ପରିବାର ଲୋକେ କାବୁ କରି ଗଛରେ ବାନ୍ଧି ଦେଇଥିଲେ । ଏବଂ ପରେ ପୋଲିସରେ ତାକୁ ଜିମା ଦେଇଥିଲେ । ଧରା ପଡିଥିବା ଯୁବକ ଗୁଟୁଲି କାରୁଆ ଓ ତାଙ୍କ ଘର ହୁଡିସାହିରେ ବୋଲି ଜଣା ପଡିଛି । ସୂଚନା ଯୋଗ୍ୟ କି, ଯୋଡା ସହରରେ ସ୍କ୍ରାପ୍ଟ ବ୍ୟବସାୟମାନେ ଅନାୟାସରେ ଏହିପରି ଚୋରା ସାମଗ୍ରୀ କିଣୁଥିବାରୁ ସହରରେ ଚୋରି ବୃଦ୍ଧି ପାଉଛି ।


