୭ ହଜାର କୁଇଁଣ୍ଟାଲ ଧାନ ଟୋକନ ଲାପ୍ସ, ଆହୁରି ୧୧ ହଜାର ଟାର୍ଗେଟ ଆବଶ୍ୟକ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ସେଣ୍ଢତୀରା ସେବା ସମବାୟ ସମିତିରେ ୭ ହଜାର କୁଇଁଣ୍ଟାଲ ଧାନ ଟୋକନ ଲାପ୍ସ କରିବା ପରେ ଆହୁରୀ ୧୧ ହଜାର ଟାର୍ଗେଟର ଆବଶ୍ୟକତା ରହିଛି । ପ୍ରକାଶ ଯେ, ଚଳିତ ଖରିଫ ଋତୁରେ ଉକ୍ତ ସମବାୟ ସମିତିରେ ମୋଟ ୯୦୩ ଜଣ ଚାଷୀ ଧାନ ବିକ୍ରୟ କରିବା ପାଇଁ ଅନଲାଇନ୍ ପଞ୍ଜୀକରଣ କରିଥିଲେ । ପରେ ଧାନ କିଣା ନେଇ ୧୨୮୨ ଟୋକନ ଇସ୍ୟୁ ହେବା ସହିତ ୪୮ ହଜାର ଧାନ କିଣା ଯିବାର ଲକ୍ଷ୍ୟ ରଖାଯାଇଥିଲା । ଡିସେମ୍ବର ୨୬ ଠାରୁ ଫେବୃଆରୀ ୧ ସୁଦ୍ଧା ଉକ୍ତ ସମିତିକୁ ୩୦ ହଜାର ୪୩୯ ଟାର୍ଗେଟ ଆସିଥିବା ବେଳେ ୬୭୩ ଟୋକନରେ ୩୦ ହଜାର ୯୪ କୁଇଁଣ୍ଟାଲ ଧାନ କିଣାଯାଇଛି । ପରେ ମାର୍ଚ୍ଚ ୧୨ରେ ୮ ଶହ ଟାର୍ଗେଟ ଆସିଥିଲେ ମଧ୍ୟ ଧାନ କିଣା ଯାଇପାରିନାହିଁ । କାରଣ ଫେବୃଆରୀ ୨, ୫, ୬, ୮, ୯, ୧୨ରେ ଚାଷୀ ମାନଙ୍କର ପ୍ରାୟ ୭ ହଜାର କୁଇଁଣ୍ଟାଲ ଟୋକନ ଲାପ୍ସ କରିଯାଇଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରି ଧାନ କିଣାଇ ଦେଉନାହାନ୍ତି । ମାର୍ଚ୍ଚ ଶେଷ ସୁଦ୍ଧା ଆହୁରି ୧୧ ହଜାର କୁଇଁଣ୍ଟାଲ ଟାର୍ଗେଟ ହେଲେ ଟୋକନ ପାଇଥିବା ଚାଷୀ ମାନେ ଧାନ ବିକ୍ରୟ କରିପାରିବେ ବୋଲି ଜଣାଯାଇଛି ।


