ଚୋରଗଡିଆ ଛକ ନିକଟରେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇ ଦୁଇ ଦୁର୍ବୃତ୍ତ ଫେରାର

ହାଟଡିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ଉପଖଣ୍ଡରେ ଦିନକୁ ଦିନ ଲୁଟେରାଙ୍କ ଉତ୍ପାତ ବୃଦ୍ଧି ପାଉଥିଲେ ମଧ୍ୟ ପୁଲିସ ଏହାର ଟେର ପାଇବାରେ ବିଫଳ ହୋଇଛି। ଗତ କିଛିଦିନ ତଳେ ବେଲବାହାଳି ନିକଟରେ ଗୁଳି ଫୁଟାଇ ଜଣେ ମହିଳାଙ୍କ ବେକରୁ ସୁନାଚେନ ଲୁଟ ଉଦ୍ୟମ, ତାର କିଛିଦିନ ପୂର୍ବରୁ ଶାଳପଡା ନିକଟରେ ଜଣେ ମହିଳା ଆଇନଜିବୀଙ୍କ ନିକଟରୁ ସୁନା ଅଳଙ୍କାର ଲୁଟ ଭଳି ଘଟଣା ଘଟିଥିବା ବେଳେ ପୁଲିସ ଲୁଟେରାଙ୍କ ସମ୍ପର୍କରେ ସୁରାକ ପାଇପାରିନି । ଠିକ୍ ସେହିଭଳି ଆଜି ଆନନ୍ଦପୁର- ଭଦ୍ରକ ରାସ୍ତାର ଚୋର ଗଡ଼ିଆ ଛକ ନିକଟରେ ଜଣେ ବାଇକ ଆରୋହୀ ଦମ୍ପତ୍ତିଙ୍କ ନିକଟରୁ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁଇ ଦୁର୍ବୁତ । ଘସିପୁରା ଥାନା ଅତାସାହି ଗ୍ରାମର ଗଣେଶ ବାରିକ ଓ ତାଙ୍କ ପତ୍ନୀ ମମତା ବାରିକ ଆଗରପଡ଼ା ଶ୍ବଶୁର ଘରକୁ ଯାଇ ଫେରିବା ବାଟରେ ଛେନାପଦି ଛକରୁ ପରିବା କିଣିଥିଲେ। ପରିବା କିଣି ଘରକୁ ଯାଉଥିବା ବେଳେ ଦୁଇଜଣ ଦୁର୍ବୁତ ଏକ କଳା ପଲସର ବାଇକ ଯୋଗେ ତାଙ୍କ ପିଛା କରି ଚୋରଗଡ଼ିଆ ଛକ ନିକଟରେ ମମତାଙ୍କ ବେକରେ ପିନ୍ଧିଥିବା ଗହଣାକୁ ଟାଣି ନେଇଥିଲେ। ସୌଭାଗ୍ୟ ବସତଃ ସୁନା ଚେନଟି ରହିଯାଇ ଥିବାବେଳେ ମଙ୍ଗଳସୁତ୍ର ଟିକୁ ନେଇ ଦ୍ରୁତଗତିରେ ଗୋପାଳପୁର ଗାଁ ରାସ୍ତାଦେଇ ପଳାଇଥିଲେ। ଏମାନଙ୍କ ପାଟିଶୁଣି ସ୍ଥାନୀୟ ଲୋକମାନେ ଦୁର୍ବୁତଙ୍କ ପିଛା କରିଥିଲେ ମଧ୍ୟ ସେମାନଙ୍କୁ ଧରିବାରେ ସଫଳ ହୋଇନଥିଲେ। ଏନେଇ ଅଭିଯୋଗ ପାଇ ନନ୍ଦିପଦା ପୁଲିସ ଥାନା କେସ ନଂ ୨୭୫ /୨୪ରେ ଏକ ମାମଲା ରୁଜୁ କରିବା ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚ଼ଳାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ