ଚୋରାଚାଲାଣ ବେଳେ ଗଞ୍ଜାଇ ଜବତ ୩ ଗିରଫ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ ର ଚଢ଼ାଉ ବେଳେ ବ୍ୟାପକ ଗଞ୍ଜାଇ ଜବତ ହୋଇଥିବା ବେଳେ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି lସୂଚନା ମୁତାବକ ଜାତୀୟ ରାଜପଥ ୫୯ ମଦନପୁର ରାମପୁର ର ବାଜି ବାହାଲି ଛକ ନିକଟରେ ଅବକାରୀବିଭାଗ ଯାଞ୍ଚ ସମୟରେ ବ୍ୟାପକ ଗଞ୍ଜାଇ ଜବତ ହୋଇଛି l ଏକ ଟାଟା ପିକପ ଭେନରେ ୧୧୯.୮୦ କେଜି ଗଞ୍ଜାଇ କୁ ଜବତ କରାଯିବା ସହ ଟାଟା ପିକପ ଭେନ ଓ ଦୁଇଟି ମୋଟର ସାଇକିଲ ମଧ୍ୟ ଜବତ କରାଯାଇଛି lଚାଲାଣ କରୁଥିବା ନୂଆପଡା ଜିଲ୍ଲା କୁରେଶ୍ୱର ଗାଁର ସନ୍ତୋଷ ସଗରିଆ, ଚୂଡ଼ାମଣି ସଗରିଆ ଓ ସୁରେଶ ଜଗତ କୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି l ଏହି ଗଞ୍ଜାଇ ରାୟପୁର କୁ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ସୂଚନା ପାଇ ଚଢ଼ାଉ କରିଥିଲା l ଭବାନୀପାଟଣା ସଦର ଅବକାରୀ ଇନ୍ସପେକ୍ଟର ସୁଶାନ୍ତ ପ୍ରଧାନ, ଇନ୍ସପେକ୍ଟର ଦେବାଶିଷ ଶ୍ରୀଧର, ବିଶ୍ୱଜିତ ଆରୁଖ ସମେତ ଅବକାରୀ ଟିମ ଏହି ଚଢ଼ାଉ ରେ ସାମିଲ ହୋଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ