ଚୋରା କାଠ ଜବତ , ୨ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ଗଜପତି ଜିଲ୍ଲାରୁ ଆନ୍ଧ୍ରକୁ ଚୋରା କାଠ ଚାଲାଣ ହେଉଥିବାବେଳେ ଏକ ପିକ୍ଅପ୍ ଭ୍ୟାନ୍ ଜବତ ହୋଇଛି । ଏହି ଚୋରୀ ଘଟଣାରେ ୨ଜଣ କାଠ ଚୋରଙ୍କୁ ଗିରଫ କରାଯାଇଛି । ଘଟଣାରୁ ପ୍ରକାଶ ଯେ,ଗତ କାଲି ରାତ୍ର ୧୨ଘଣ୍ଟା ୩୦ମିନିଟ ସମୟରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ତରଭା ଗ୍ରାମରୁ ଏକ ପିକ୍ଅପ୍ ଭ୍ୟାନ୍ ଯୋଗେ ଶାଳ କାଠ ଆନ୍ଧ୍ରକୁ ଚୋରା ଚାଲାଣ କରାଯାଉଥିଲା । ନିକଟସ୍ଥ ପାରସମ୍ବା ଗ୍ରାମ ନିକଟରୁ ଭ୍ୟାନ୍କୁ ଜବତ କରାଯାଇଥିଲା । ଏପି ୨୮ୱାଇ ୮୯୩୬ ନମ୍ବର ବିଶିଷ୍ଟ ଏହି ପିକ୍ଅପ୍ ଭ୍ୟାନ୍ରୁ ୫୪ଖଣ୍ଡ ଶାଳ ସାଇଜ୍ କାଠ ଜବତ ହୋଇଛି । ଏହାର ଆନୁମାନିକ ମୁଲ୍ୟ ପ୍ରାୟ ୭୦ ହଜାର ଟଙ୍କା ହେବ । ଏହି ଚୋରି ଘଟଣାରେ ସମ୍ପୃକ୍ତ ଡି.ବାଲାୟା ଓ ଜି ଶ୍ରୀନୁକୁ ଗିରଫ କରାଯାଇଛି । ଗିରଫ ୨ଜଣ ଆନ୍ଧ୍ରପ୍ରଦେଶର ମିନିଗାଁର ବୋଲି ବନ ବିଭାଗ ତରଫରୁ ସୁଚନା ମିଳିଛି ।