ଚୋରା କିରାସିନି ଧରିଲେ ଉପଜିଲ୍ଲାପାଳ

ଚିକିଟି-(ଯୁଗାବ୍ଦ ନ୍ୟୁଜ) -ଚିକିଟି ବ୍ଲକ ପିତାତଳି ରାସ୍ତା ସନ୍ଧ୍ୟା ସମୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ଦତ୍ତାତ୍ରୟ ଲାଉସାହେବ ଚିକିଟି ଅଭିମୁଖେ ରାସ୍ତାଦେଇ ଆସୁଥିବା ବେଳେ ଏକ ନମ୍ବର ବିହୀନ ଏକସେଲ ଗାଡ଼ିରେ କିରାସିନି ବୋଝେଇ ହୋଇ ଯାଉଥିବା ଦେଖି ପିଛା କରିଥିଲେ। ନମ୍ବର ବିହୀନ ଗାଡିଚାଳକ ଉପଜିଲ୍ଲାପାଳ ପିଛା କରୁଥିବାର ଜାଣି ପିତାତଳି ଗ୍ରାମ ନିକଟରେ କିରାସିନି ବୋଝେଇ ହୋଇଥିବା ଗାଡି ଛାଡି ଖସି ପଳାଇଥିଲା। ସେହି ଗାଡ଼ି ସହ ୯ ଗୋଟି ବେରେଲ ରେ ଥିବା କିରାସିନି ୨୫୦ଲିଟର ଜବତ ହୋଇଛି। ଚିକିଟି ଆଞ୍ଚରେ ଏହିଭଳି କିଛି ଅସାଧୁ ବ୍ୟବସାୟୀ ବିଭିନ୍ନ ପଞ୍ଚାୟତ ର ଗ୍ରାମକୁ ଗ୍ରାମ ବୁଲି ଲୋକେ କିଣୁଥିବା କିରାସିନି,ଗହମ,ଚାଉଳ କୁ ଦଶ ଟଙ୍କା ଅଧିକା ଦେଇ ଏକାଠି କରି ଆନ୍ଧ୍ର ପ୍ରଦେଶ ଚାଲାଣ କରୁଥିବା ଦେଖିବାକୁ ମିଳୁଛି।ସାଧାରଣ ବଣ୍ଟନ ରେ ମଧ୍ୟ କିଛି ଡିଲର ମାନେ ବ୍ୟାପକ ଦୁର୍ନୀତି କରୁଥିବା ବେଳେ କାର‌୍ୟ୍ୟାନୁଷ୍ଠାନ ନିଆଯାଉନଥିବା ରୁ ଡିଲର ଓ ଅସାଧୁ ବ୍ୟବସାୟୀ ମାନେ ଏହି ଅଞ୍ଚଳ କୁ ନିଜର କରିଛନ୍ତି।ଯଦି ଯୋଗାଣ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଇ କାର‌୍ୟ୍ୟାନୁଷ୍ଠାନ ନେବେ ତାହେଲେ ଆଗକୁ ଏଭଳି ଚୋରା କାରବାରକୁ ରୋକାଯାଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ