ଗଜପତିରେ ପୁଣି ପୋଡାଗଲା ଗଞ୍ଜେଇ ଗଛ 

ପାରଳାଖେମୁଣ୍ଡି,ଗଜପତିରେ ପୁଣି ପୋଡାଗଲା ଗଞ୍ଜେଇ ଗଛ (ତାରିଣୀ ପ୍ରସାଦ ପଣ୍ଡା) -ଆଦିବାସୀ ବହୁଳ ଦୁର୍ଗମ ଗଜପତି ଜିଲ୍ଲାରେ ଗତ ଏକ ମାସ ମଧ୍ୟରେ ପ୍ରାୟ ଶହେ କୋଟି ଟଙ୍କାର ଚୋରା ଗଞ୍ଜେଇ ଚାଷକୁ ଜବତ କରି ପୋଡି ଦିଆଯାଇଛି । ବାରମ୍ବାର ଜିଲ୍ଲାର ଭିନ୍ନଭିନ୍ନ ଅଞ୍ଚଳରେ ପ୍ରଶାସନ ଦ୍ୱାରା ଗଞ୍ଜେଇ ଚୋରା କାରବାର ଓ ଚାଷକୁ ନିର୍ମୁଳ କରିବା ପାଇଁ ଚଢାଉ ଜାରି ରହିଛି । ଗତ ମଙ୍ଗଳବାର ଦିନ ଗଜପତିର ମୋହନା ବ୍ଲକରେ ପୁଣି ୭୨ଏକର ସରକାରୀ ପାହାଡିଆ ଜମିରୁ ୧୪କୋଟି ଟଙ୍କାର ଗଞ୍ଜେଇ ଗଛକୁ ପୋଡିଦିଆଯାଇଛି ।ଘଟଣାରୁ ପ୍ରକାଶ ଗଜପତି ଜିଲାପାଳ ଅନୁପମ ସାହା, ଜିଲା ଅବକାରୀ ଅଧିକ୍ଷକ ପ୍ରୋମଦ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ କେଶରୀଗୁଡା ଗ୍ରାମଠାରେ ଅବକାରୀ ବିଭାଗ ଓ ପୋଲିସ ବିଭାଗର ଏକ ମିଳିତ ଚଢାଉ କରାଯାଇ ସେଠାରେ ପ୍ରାୟ ୭୨ ଏକର ଜମିରେ କରାଯାଇଥିବା ପ୍ରାୟ ୧ଲକ୍ଷ ୪୪ହଜାର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି । ଏହି ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ପ୍ରାୟ ୧୪କୋଟି ୪୪ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ଏହି ମିଳିତ ଅପରେଶନରେ ଆର୍‌.ଉଦୟଗିରି ପୋଲିସ ଏବଂ ପାରଳାଖେମୁଣ୍ଡି ଅବକାରୀ ବିଭାଗ, ଆର୍‌.ଉଦୟଗିରି ଅବକାରୀ ବିଭାଗର ମିଳିତ ଚଢାଉ କରାଯାଇଥିଲା । ଏହି ଚଢାଉ କାର୍ଯ୍ୟକ୍ରମରେ ମାଜିଷ୍ଟ୍ରେଟ ଦାୟିତ୍ୱରେଥିବା କଲ୍ୟାଣୀ ସଂଘମିତ୍ରାଦେବୀ ସମ୍ପୂର୍ଣ୍ଣ ଭାବେ ଏହି ମିଳିତ ଚଢାଉବେଳେ ଉପସ୍ଥିତ ଥିଲେ । ଗତ କିଛି ଦିନ ମଧ୍ୟରେ ବାରମ୍ବାର ଗଞ୍ଜେଇ ଚାଷ ଉପରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ ଚାଲୁରହିଛି । ଏହି ଚଢାଉରେ ପାରଳାଖେମୁଣ୍ଡି ଅବକାରୀ ବିଭାଗର ଇନ୍ସିପେକ୍ଟର ପଦ୍ମଚରଣ ସାହୁ, ଏ.ଏସ୍‌.ଆଇ. ସୁବାଷ ମହାଙ୍କୁଡ ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ଅବକାରୀ କର୍ମଚାରୀ ଓ ପୋଲିସ କର୍ମଚାରୀ ଓ ରାଜସ୍ୱ କର୍ମଚାରୀମାନେ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ