ଚୋରା ଦେଶୀ ମଦ ଜବତ,ବାଇକ ସହ ଜଣେ ଗିରଫ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):-ହିଞ୍ଜିଳି ଥାନାର ବଳରାମପୁର ଗ୍ରାମ ନିକଟରେ ଚୋରା ଅପମିଶ୍ରିତ ଦେଶୀ ମଦ ବିକ୍ରି ଅଭିଯୋଗରେ ଗୁରୁବାର ଜଣେ ଯୁବକକୁ ସ୍ଥାନୀୟ ଅବକାରୀ ବିଭାଗ ଗିରଫ କରିଛି।ଗିରଫ ହୋଇଥିବା ଯୁବକଙ୍କ ଠାରୁ ୫୦ ଲିଟର ଦେଶୀ ମଦ ସହ ସେ ବ୍ୟବହାର କରିଥିବା ବାଇକକୁ ମଧ୍ୟ ଜବତ କରାଯାଇଛି।ଗିରଫ ଯୁବକ ହେଲେ ସମୀର ସ୍ୱାଇଁ ଓ ହିରୋ ହୋଣ୍ଡା ସ୍ପେଲଣ୍ଡର ( OR O2 AG 6244) ବାଇକକୁ ବିଭାଗ ଜବତ କରିଛି। ସୂଚନା ଅନୁସାରେ ଗୁରୁବାର ପୁରୁଷୋତ୍ତମପୁର ଅବକାରୀ ବିଭାଗ ଇନ୍ସପେକ୍ଟର ଅଳକା ପ୍ରଧାନଙ୍କ ନେତୃତ୍ୱରେ ସ୍ଥାନୀୟ ହିଞ୍ଜିଳି ଅବକାରୀ ଥାନା ସବଇନ୍ସପେକ୍ଟର ଧନଞ୍ଜୟ ପାତ୍ର ଓ ଏଏସଆଇ ସୁଶାନ୍ତ ବେହେରା ପାଟ୍ରୋଲିଂ କରୁଥିବା ବେଳେ ବଳରାମପୁର ଓ ଭେଙ୍କେଟରାୟପଲ୍ଲୀ ନିକଟରେ ଚୋରା ଦେଶୀ ମଦ ବିକ୍ରି କରୁଥିବା ବେଳେ ସମୀରଙ୍କୁ ଗିରଫ କରାଯାଇଛି।ତା ନିକଟରୁ ୫୦ ଲିଟର ଦେଶୀ ମଦ ସହ ବାଇକକୁ ମଧ୍ୟ ଜବତ କରାଯାଇଛି।ଅବକାରୀ ବିଭାଗର ଭୁବନି ବେହେରା,ଏସ ଭିମା ରାଓ ଓ ଲୋଟେଶ୍ୱର ପ୍ରଧାନ ପ୍ରମୁଖ ସାମିଲ ଥିଲେ।ଅବକାରୀ କେଶ ନଂ ୨୨/୨୧ ରେ ଏକ ମାମଲା ରୁଜ୍ଜୁ ହୋଇ ଗିରଫ ସମୀରଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।