ଚୋରା ବାଲି ଚାଲାଣ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ବାଲି ,ଚିପ୍ସ ଚୋରା ଚାଲାଣ କରୁଥିବା ବେଳେ ମାଡି ବସିଲା ପୁଲିସ।ତିନୋଟି ହାଇୱା ଜବତ କରିବା ସହିତ ତିନିଜଣ ଡ୍ରାଇଭର ଓ ଜଣେ ମାଲିକ କୁ ଗିରଫ କରିଛି ରାଇରଙ୍ଗପୁର ଗ୍ରାମଞ୍ଚଳ ପୁଲିସ।ରାଇରଙ୍ଗପୁର ଅଞ୍ଚଳରେ ଲିଜ ନଥାଇ ବିଭିନ୍ନ ବାଲିଘାଟ ରୁ ବାଲି ଉତ୍ତୋଳନ କରି ପଡୋଶୀ ରାଜ୍ୟ ଝାରଖଣ୍ଡ ଙ୍କୁ ବେଧଡକ ଚାଲାଣ ହୋଉଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା।ତେବେ ରାଜସ୍ୱ ବିଭାଗ ନିରବ ଦ୍ରଷ୍ଟା ସାଜିଥିବା ବେଳେ ଗତକାଲି ବିଳମ୍ବିତ ରାତ୍ରିରେ ସୂଚନା ପାଇ ରାଇରଙ୍ଗପୁର ଗ୍ରାମଞ୍ଚଳ ଥାନା ପୁଲିସ ତିନୋଟି ପ୍ରକରଣ ଦୁଇଟି ଚିପ୍ସ ବୋଝେଇ ହାଇଭା ଗାଡ଼ି JHO5CF6195 ,OD19B6013 ଏବଂ ବାଲି ବୋଝେଇ ହାଇଭାଗାଡ଼ି OD14B7822 ଜବତ କରିବା ସହ ଦୁଇଟି ମାମଲା କେଶ ନମ୍ବର ୧୮୯/୨୩ ଏବଂ ୧୯୦/୨୩ ରୁଜୁ ହେବା ସହିତ ସହିତ ଡ୍ରାଇଭର ଓ ମାଲିକକୁ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଗାଡି ମାଲିକ ଝାରଖଣ୍ଡ ର ହଳଦୀ ପୋଖରୀ ଅଞ୍ଚଳ ର ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ