ଚୋରା ବାଲି ଚାଲାଣ,ଟ୍ରାକ୍ଟର ସମେତ ଦୁଇ ଗିରଫ
ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ କୁରଳେଇ ଛକ ନିକଟରେ ଗତ ରବିବାର ରାତିରେ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଚଢ଼ାଉ କରି ଏକ ବାଲି ଭର୍ତ୍ତି ଟ୍ରାକ୍ଟର (ଓଡି-୩୨-୮୭୧୦) ଓ ଡାଲା (ଓଡି-୩୨-୮୭୧୧)କୁ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।ଟ୍ରାକ୍ଟର ଟି କୁରୁଳାଇ ଠାରୁଏ ତନରଡା ବାଲି ଧରି ଯାଉଥିଲା ।ଏନେଇ ୬୦୯/୨୦ରେ ଏକ ମାମଲା ରୁଜ୍ଜୁ କରାଯାଇ ଆଇପିସି ଧାରା ୩୭୯,୩୪୧ ଅନୁଯାୟୀ ଡ୍ରାଇଭର କୁରୁଳାଇ ଗ୍ରାମର ଜଗବନ୍ଧୁ ସ୍ୱାଇଁ ଓ ମାଲିକ ଲକ୍ଷ୍ମୀ କାନ୍ତ ଦଳବେହେରାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ଜଣାଇଛନ୍ତି ।