ଚୋରା ମଦ କାରବାର ବୃଦ୍ଧି ପୁଲିସ୍ ଓ ଅବକାରୀ ବିଭାଗ ନିରବ

ବେଗୁନିଆ (ଯୁଗାବ୍ଦ ନ୍ୟୁଜ୍): ବେଗୁନିଆ ଓ ବୋଲଗଡ଼ ପୁଲିସ୍ର ଅବହେଳା ଏବଂ ଜିଲ୍ଲା ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁଁ ବେଗୁନିଆ, କୁଶପଲ୍ଲା, ଗୋବିନ୍ଦପୁର, ବଡବେରଣା, ପୋଡାଡିହ, କୋଟପଲ୍ଲା, ହିରାପୁର, ବୋଲଗଡ, ଅସରଳା, ବଡକୁମାରୀ, ଶ୍ରୀଚନ୍ଦନପୁର, ବାଙ୍କୋଇ, ସାଗରଗାଁ , ପାଟପୁରଶାସନ, ହଳଦୀପଦା, ବାଳସିଂହ, ପଲ୍ଲୀବାଳସିଂହ, ପିଚୁକୁଳି, ସାନପଦର, ଗିରିଗିରିଆ, ମାଣିବନ୍ଧ, ବଡପଦର, ଗେଡିଆପଲ୍ଲ୍ୀ ଦେଉଳୀ, ଗୋପାଳପୁର, କଡବ, ସୀମାପଲ୍ଲୀ ଗ୍ରାମଗୁଡିକରେ ଚୋରା ଦେଶୀମଦ ଓ ବିଦେଶୀ ମଦ ବିକ୍ରି ବୃଦ୍ଧି ପାଇଛି । ନିଶାଶକ୍ତ ଯୁବକଙ୍କ ପ୍ରାଦୁର୍ଭାବ ଯୋଗୁଁ ଜନସାଧାରଣ ଜୀବନସୁରକ୍ଷା ବିପର୍ଯ୍ୟସ୍ତ ହୋଇପଡିଛି । ପ୍ରତ୍ୟେକ ଗ୍ରାମର ଚା ଓ ପାନଦୋକାନରେ ସଂଧ୍ୟାରେ ବିନା ବାଧାବିଘ୍ନରେ ଚୋରା ମଦ ବେପାର ଚାଲୁଛି । ଅଳ୍ପ ବୟସର ଯୁବକ ମଦ ପିଇ ବିପଥଗାମୀ ହେଉଛନ୍ତି ଓ ବିନାକାରଣରେ ବିଭିନ୍ନ ଗଣ୍ଡଗୋଳ କରୁଛନ୍ତି । ଏଥିଯୋଗୁଁ ଲୋକଙ୍କର ଧନଜୀବନ ବିପର୍ଯ୍ୟସ୍ତ ହୋଇପଡିଛି । ପାନ ଦୋକାନରେ ସିଗାରେଟ ଭିତରେ ଚୋରା ଗଞ୍ଜେଇ ବିକ୍ରି ହେଉଥିବାରୁ ଦିନକୁ ଦିନ ସମସ୍ତ ଯୁବକ ନିଶାସକ୍ତ ହୋଇପଡୁଛନ୍ତି । ନିଶାସକ୍ତ ଯୁବକଙ୍କ ବେପରୁଆ ଗାଡିଚାଳନା ଯୋଗୁଁ ଅଞ୍ଚଳରେ ଅନେକ ସଡ଼କ ଦୁର୍ଘଟଣା ଘଟୁଛି । ପୁଲିସ ଓ ଅବକାରୀ ବିଭାଗ କର୍ମଚାରୀ ଚୋରା ମଦବେପାରୀଙ୍କଠାରୁ ମାସିକିଆ ଚାନ୍ଦା ନେଇ ସେମାନଙ୍କୁ ସାହାଯ୍ୟ କରୁଥିବାରୁ ଜନସାଧାରଣ ତୀବ୍ର ନିନ୍ଦା କରିଛନ୍ତି । ତେଣୁ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଓ ଏସ୍ପି ଏଥିପ୍ରତି ଦୃଷ୍ଟି ଦେଇ ଚୋରା ମଦ ବେପାରୀଙ୍କୁ ଗିରଫ କରି ଜନସାଧାରଣଙ୍କ ଧନଜୀବନ ସୁରକ୍ଷା କରିବାକୁ ଦୃଢ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ