ଚୋରା ମଦ ବିକ୍ରିକୁ ବିରୋଧ କଲେ ମହିଳା
ବନ୍ତ(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ମଙ୍ଗୁଲି ଗ୍ରାମର ଶତାଧିକ ମହିଳା ଚୋରା ମଦ ବିକ୍ରିକୁ ବିରୋଧ କରି ଗ୍ରାମ ପରିକ୍ରମା କରିବା ସହିତ ଲୋକ ମାନଙ୍କୁ ସଚେତନ କରାଇଥିଲେ । ଗ୍ରାମର ମାନସୀରାଣୀ ବିଶ୍ୱାଳ, ସଞ୍ଜୁକ୍ତା ଦାସ, ଉର୍ମିଳା ରାଜ, ଜୟନ୍ତୀ ରାଉତ, ଅଞ୍ଜନା ରାଉତ, ପାର୍ବତୀ ରାଉତ, ରୀତାଞ୍ଜଳୀ ସେଠୀ, ପ୍ରିତିଲତା ପରିଡା, ଅନୁସୂୟା ଦାଶ, ରୂପାଲତା ପରିଡା, ମମତା ପରିଡା, ମମତା ନାୟକ, ଶାନ୍ତିଲତା ପରିଡା, ଝରଣା ପରିଡା, ସତ୍ୟଭାମା ସାହୁ, ରଂଗଲତା ପାତ୍ର, ବୀଣାପାଣି ଘଡେଇ, ଜାନକୀ ଘଡେଇଙ୍କ ସମେତ ବହୁ ମହିଳା ଏହି ଅଭିଯାନରେ ସାମିଲ ଥିଲେ । ଚୋରା ମଦ ବିକ୍ରିକୁ ସଂପୂର୍ଣ୍ଣ ବନ୍ଦ କରିବା ନେଇ ସେମାନେ ଗୁରବାର ବନ୍ତ ଥାନାଧିକାରିଣୀ ଭେଟି ଦାବୀ ପତ୍ର ପ୍ରଦାନ କରିବେ ବୋଲି କହିଥିଲେ ।


