ଚୋରି ଅଭିଯୋଗରେ ୨ଗିରଫ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ଥାନା ପକ୍ଷରୁ ଗତ ଦୁଇଦିନ ତଳେ ଗିରଫ ହୋଇଥିବା ୨ଜଣ ଚୋରକୁ ଆଜି କୋର୍ଟ ପଠାଯାଇଛି। ଗିରଫ ଅଭିଯୁକ୍ତ ୨ଜଣ ବିଭିନ୍ନ ଚୋରିରେ ସମ୍ପୃକ୍ତି ଥିବା ବେଳେ ସେମାନଙ୍କୁ ପୁଲିସ ଗିରଫ କରିଥିଲା। ଅଭିଯୁକ୍ତଙ୍କ ଠାରୁ ଏକ ମୋଟରସାଇକେଲ, ମ୍ୟୁଜିକ ବକ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଅଭିଯୁକ୍ତ ଅବିନାଶ ଜେନା ଓ ଦେବେଶ ସାହୁଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏନେଇ ୧୦୭/୨୨ରେ ମାମଲା ରୁଜୁ ହୋଇଥିବା ଜଣାଯାଇଛି ।