ଚୋରି ଗାଈ ଭଦ୍ରକରୁ ଉଦ୍ଧାର କଲା ପୋଲିସ

ବନ୍ତ, (ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ଆଗରପଡା ଥାନା ଅଧିନ ବିଭିନ୍ନ ଗ୍ରାମରେ ଚୋରି ହୋଇଥିବା ଗୋରୁଗାଈ ଗୁଡିକୁ ଭଦ୍ରକ ପୁରୁଣା ବଜାରରୁ ପୋଲିସ ପକ୍ଷରୁ ଉଦ୍ଧାର କରାଯାଇଥିବା ଜଣାପଡିଛିି । ପ୍ରକାଶ ଯେ, ଗତ କିଛି ଦିନ ହେବ ଆଗରପଡ଼ା ଥାନା ଅଧିନ ନୂଆପୋଖରୀ, କୋଳିପଦି, ରଇଁନ୍ତିରା, ପୁରୁଷଣ୍ଢ ଆଦି ଅଞ୍ଚଳରୁ ବହୁ ଗୋରୁଗାଈ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଗତ ଗୁରବାର ସଂପୃକ୍ତ ଅଞ୍ଚଳରେ ୧୫ଟି ଗାଈ ବାଛୁରୀ ଚୋରି ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା । ଶୁକ୍ରବାର କୌଣସି ସୂତ୍ରରୁ ଖବର ପାଇ ଗୋରୁ ମାଲିକମାନେ ଭଦ୍ରକ ପୁରୁଣାବଜାର କଂସେଇଖାନା ନିକଟରେ ନିଜର ଗୋରୁଗାଈ ଗୁଡିକ ବନ୍ଧା ହୋଇଥିବାର ଖବର ପାଇଥିଲେ । ଏଥିନେଇ ସେମାନେ ପୁରୁଣାବଜାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଚୋରି ଗାଈଗୋରୁ ଗୁୁଡିକୁ ସଂପୃକ୍ତ ସ୍ଥାନରୁ ଉଦ୍ଧାର କରିଛି । ସେଥିମଧ୍ୟରୁ ଜଗବନ୍ଧୁ ବିଶ୍ୱାଳ, ବାବୁଲି ଖୁଣ୍ଟିଆ, ଟୁନା ପୁହାଣ, ନବ କିଶୋର ସାହୁ, ପିଣ୍ଟୁ ପଣ୍ଡା, ବାସୁଦେବ ମହାପାତ୍ର, ଗଗନ ନାୟକ, ରମେଶ ବାରିକଙ୍କର ଗୋରୁ ରହିଛି । ପୁରୁଷଣ୍ଢ ଗ୍ରାମର ନଣ୍ଡା ସାହୁ ଓ ପୁନିଆ ବାରିକଙ୍କ ଦୁଇଟି ଗାଈ ଚୋରି ହୋଇଥିବା ବେଳେ ସେଥିମଧ୍ୟରୁ ଗୋଟିଏ ଗାଈ ମିଳିଛି । ତେବେ ଗୁରବାର ଚୋରି ହୋଇଥିବା ଗୋରୁଗାଈଙ୍କ ମଧ୍ୟରୁ ୩ଟି ଗାଈ ମିଳିପାରି ନାହିଁ । ଏହି ଘଟଣାରେ ଆଗରପଡ଼ା ଥାନା ଅଧିନ ହରିପୁର ଗ୍ରାମର ଜନୈକ ବ୍ୟକ୍ତି ଓ ପୁରୁଣାବଜାର ଅଞ୍ଚଳର ଜଣେ ଦଲାଲ ସଂପୃକ୍ତ ଥିବାର ଜଣା ପଡ଼ିଛି । ଏହି କାରବାରରେ ପାଖାପାଖି ଦେଢଲକ୍ଷ ଟଙ୍କା ମୁନାଫା ହୋଇଥିବାର ଜଣାଯାଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଥିବା ପୁରୁଣା ବଜାର ଓ ଆଗରପଡ଼ା ଥାନା ପକ୍ଷରୁ କୁହାଯାଇଛି । ତେବେ ହିନ୍ଦୁ ସଙ୍ଗଠନର ପ୍ରଦୀପ ପୁହାଣ, ବିଶ୍ୱଜିତ ପୁହାଣ, ବାସୁଦେବ ମହାପାତ୍ର, ପ୍ରଦୀପ କୁମାର ଦାଶଙ୍କ ଉଦ୍ୟମରେ ଚୋରି ଗୋରୁଙ୍କୁ ଠାବ କରାଯାଇଥିବାର ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ