ଚୋରି ଜିନିଷ ଉଦ୍ଧାର, ୩ ଗିରଫ

ବେଲଗୁଣ୍ଠା,( ସନ୍ତୋଷ ବିଷୋୟୀ): ଚୋରି ଘଟଣାର ତଦନ୍ତ କରି ବେଲଗୁଣ୍ଠା ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ଚୋରୀ ଯାଇଥିବା ଜିନିଷ ଜବତ କରି ୬୩୧/ ୨୦ ରେ ଏକ ମାମଲା ରୁଜୁ କରି ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛି । ବେଲଗୁଣ୍ଠା ଓ ବାଣତୁମ୍ଭ ଗ୍ରାମ ମଝିରେ ଏକାକୀ ଘର କରି ରହୁଥିବା ଏ ସିବାରାଓ ଆଚାରି ପ୍ରାୟ୧୫ ଦିନ ହେବ ବାହାରକୁ ଚାଲିଯାଇଥିଲେ ।ଏହାର ସୁଯୋଗ ନେଇ ଗତ ୫ ତାରିଖ ମଧ୍ୟ ରାତ୍ରରେ ବାଣତୁମ୍ଭ ଗ୍ରାମର ବାବୁ ନାୟକ ୩୫,ଭରତ ନାୟକ ଓରଫ ଜଡ଼ା ୨୦,ଜିତେନ୍ଦ୍ର ପୋଲାଇ ୨୦, ତିନି ଜଣ ମିଶି ସିବାରାଓ ଙ୍କ ଘରୁ ଦୁଇଟି ଗ୍ୟାସ ଟାଙ୍କି, ଗୋଟିଏ ଗ୍ରାଇଣ୍ଡର,ଗୋଟିଏ ଷ୍ଟାଣ୍ଡ ଫେନ,୨୧ ଇଞ୍ଚ ଏଲଜି ଟିଭି, ତିନଟି ମୋବାଇଲ ଫୋନ, ତିନଟି ସିଲିଙ୍ଗ ଫେନ ଓ ଗୋଟିଏ ତଳ ଫେନ,ହୋମ ଥିଏଟର ଓ ନଗଦ ୨୦,୦୦୦ ଟଙ୍କା ନେଇଯାଇଥିଲେ ।ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଘଟଣାର ତଦନ୍ତ କରି ଆଜି ଭୋରରୁ ବାଣ ତୁମ୍ଭ ଗ୍ରାମରେ ଚଢ଼ାଉ କରି ବାବୁ, ଭରତ, ଓ ଜିତେନ୍ଦ୍ର କୁ ଗିରଫ କରିବା ସହ ସେମାନଙ୍କ ଘରୁ ଚୋରି ଜିନିଷ ଓ ୨୦,୦୦୦ ଟଙ୍କା କୁ ଉଦ୍ଧାର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ