ଚୋରି ନେଇ ମାମଲା ରୁଜୁ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ଷୋଳମପୁର ପଞ୍ଚାୟତ ମଣିନାଥପୁର ଗ୍ରାମରେ ଜନୈକ ଦୃବୃତ୍ତ ଚୋରି କରିଥିବା ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଛି । ଗ୍ରାମର ଉଷାରାଣୀ ବେହୁରିଆଙ୍କ ଅଭିଯୋଗ ଅନୁଯାୟୀ ଗାଁ ଛକ ସ୍ଥିତ ତାଙ୍କ ଟେଲର ଦୋକାନରୁ ଗତ ତିନି ତାରିଖ ଦିନ ଚୋରି ହୋଇଥିଲା । ସେହି ଗ୍ରାମର ଧବଳେଶ୍ୱର ନାଥ ଦୋକାନ କବାଟ ଭାଙ୍ଗି ବିଭିନ୍ନ ସାମଗ୍ରୀ ସହ ନଗଦ ଅର୍ଥ ଚୋରି କରିନେଇଥିବା ଉଷାରାଣୀ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗକୁ ଭିତ୍ତି କରି ୨୫୯/୨୦ରେ ମାମଲା ରୁଜୁ କରିଥିବାବେଳେ ତଦନ୍ତ ଆରମ୍ଭ କରିଛି ।