ଚୋରି ବାଇକ ରାକେଟ ର ପର୍ଦାଫାସ୍
ଜୟପୁର,(ଓ୍ବାଇଏନ୍ଏସ୍): ଅନ୍ତର ରାଜ୍ୟ ବାଇକ ଚୋରା ରାକେଟ ର ପର୍ଦ୍ଧା ଫାସ କରିଛି ଜୟପୁର ଟାଉନ୍ ପୋଲିସ୍। ଏହି ବାଇକ ରାକେଟ ରେ ଜଡିତ ପାଞ୍ଚ ଜଣ କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୧୬ ଟି ଚୋରା ବାଇକ ଉଦ୍ଧାର ହୋଇଥିବା ନେଇ ଆଜି ଏକ ପ୍ରେସମିଟ ଯୋଗେ ସୂଚନା ଦେଇଛନ୍ତି ଜୟପୁର ଟାଉନ ଥାନାଧିକାରୀ ବାଲେଶ୍ୱର ଗିଧି।ଦୀର୍ଘ ଦିନ ଧରି ଏହି ରାକେଟ କୋରାପୁଟ ଜିଲ୍ଲା ସହ ଛତିଶଗଡ଼ ନବରଙ୍ଗପୁର ଏମିତି ଆନ୍ଧ୍ର ପ୍ରଦେଶ ରୁ ବି ଏହି ଚୋରି ଗେଙ୍ଗ ବାଇକ ଚୋରି କରିବାରେ ବେଶ ସକ୍ରିୟ ଥିବା ତଦନ୍ତ ରୁ ଜାଣିବାକୁ ପାଇଛି ପୋଲିସ।ଏହି ଗେଙ୍ଗ କୁ ଠାବ କରି ଗେଙ୍ଗ ର ପାଞ୍ଚ ସଦସ୍ୟ ଙ୍କୁ ପୋଲିସ୍ ଧରିବା ରେ ସଫଳ ହୋଇଛି। ଜବତ ହୋଇଥିବା ୧୬ ଟି ବାଇକ ମଧ୍ୟରେ ଅନେକ ବୁଲେଟ ଓ ଆପାଚି ଭଳି ଦାମୀ ବାଇକ ମଧ୍ୟ ରହିଛି। ଦୁର୍ବୁତ୍ତ ମାନେ ବାଇକ ଚୋରି କରି କରିବା ପରେ ତାହାର ନକଲି ଆରସି ବୁକ୍ ତିଆରି କରିବା ପରେ ଚୋରି ବାଇକ କୁ ଲୋକଙ୍କ ନିକଟ ରେ ବନ୍ଧକ ରଖୁଥିଲେ। ଏମାନେ ଜଗଦଲପୁର, କୋଟପାଡ଼, ନବରଙ୍ଗପୁର, ଜୟପୁର ସହର, କୋରାପୁଟ ସହର ଓ ଆନ୍ଧ୍ର ର ସାଲୁର୍ ଅଞ୍ଚଳ ରୁ ବାଇକ ଚୋରି କରି ଆଣି ବନ୍ଧକ ରଖୁଥିଲେ। ଦୀର୍ଘ ଦିନ ପରେ ଏମାନ ଙ୍କୁ କାବୁ କରିବାରେ ସଫଳ ହୋଇଛି ଜୟପୁର ଟାଉନ୍ ପୋଲିସ୍।ଏହି ମାମଲାରେ ଗୋଟିଏ ଗେଙ୍ଗ କୁ ଟାଉନ୍ ପୋଲିସ୍ ଗିରଫ କରିଥିବା ବେଳେ ଅନ୍ୟ ଏକ ଗେଙ୍ଗ କୁ ଖଜୁଛି ପୋଲିସ୍। ଗିରଫ ୫ ଙ୍କ ନାମ ରେ ପୂର୍ବରୁ ଏକାଧିକ ଅପରାଧୀ ମାମଲା ରୁଜ୍ଜୁ ଥିବା ଜୟପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି।