ଚୋରୀ କରିବାକୁ ଆସି ନାବାଳିକାଙ୍କୁ ଉଠାଇନେଲେ ଦୁର୍ବୁତ

ମୋହନା , ( ଯୁଗାବ୍ଦ ନ୍ୟୁଜ) : ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳରେ ରାତି ଅଧରେ ୪ରୁ ୫ଜଣ ଦୁର୍ବୁତମାନେ ଘରେ ପଶି ନାବାଳକଙ୍କୁ ଉଠେଇ ନେଇଛନ୍ତି । ଏନେଇ ନାବାଳିକାର ମା ଥାନାରେ ଲିଖିତ ଅଭିଯୋଗ ଦେବା ପରେ ପୋଲିସ ଘଟଣାର ତଦନ୍ତ କରୁଛି ବୋଲି ଥାନା ଅଧିକାରୀ ଆଲକୋ ଜଗଦଲା କହିଛନ୍ତି । ସୁଚନାଯୋଗ୍ୟ , ଗତକାଲି ରାତି ୨ଟା ସମୟରେ ୪ରୁ ୫ ଜଣ ଦୁବୁର୍ତ୍ତମାନେ ଘରେ ପଶି ସୁନା ଓ ଟଙ୍କା ନେବା ସହ ନାବାଳିକାଙ୍କୁ ଜବରଦସ୍ତ ଉଠେଇ ନେବାସହ ନାବାଳିକାର ମା ଓ ଜେଜେ ବାପାଙ୍କୁ ମାଡ଼ ମାରି ଫେରାର ହୋଇଯାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ