ଚୋର ଲୁଟି ନେଲା ବିଷ୍ଣୁଙ୍କ ମନ୍ଦିର ରୁ ଲକ୍ଷାଧିକ ଟଙ୍କାର ସୁନାଗହଣା
ଧମାନଗର, (ସନ୍ତୋଷ କୁମାର ପ୍ରଧାନ) :-ଭଦ୍ରକ ଜିଲ୍ଲା ଧାମନଗର ଏ.ନେ.ସି ଅଧିନସ୍ଥ ତାଳପଦା ଗ୍ରାମରେ ଥିବା ବିଷ୍ଣୁ ମନ୍ଦିର, ଶିବ ମନ୍ଦିର, ମଙ୍ଗଳା ମନ୍ଦିରରୁ ଅଳଙ୍କାର ସହ ବିଭିନ୍ନ ପୂଜା ସାମଗ୍ରି ଗତ କାଲି ବିଳମ୍ବିତ ରାତ୍ରରେ ଚୋରି ହୋଇଥିବା ଜଣା ପଡିଛି । ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି। ଏ ନେଇ ଧାମନଗର ଥାନାରେ ସ୍ଥାନୀୟ ଜନସାଧାରଣ ତରଫରୁ ଅଭିଯୋଗ ହୋଇଛି । ତେବେ ଧାମନଗର ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଥିବା ମନ୍ଦିରରୁ ଗତ କିଛି ମାସ ହେବ ବାରମ୍ବାର ଚୋରି ହେଉଥିବା ଦେଖିବାକୁ ମିଳିଛି । ଏନେଇ ଆଜି ଧାମନଗର ଥାନାରେ ଅଭିଯୋଗ ହୋଇଛି । ଧାମନଗର ଅଂଚଳରେ ଯାହା ଏବେ ଦିନକୁ ଦିନ ଚୋରି ବଢ଼ିବାରେ ଲାଗିଛି ।


