ଚୌଦ୍ଵାର ଅଞ୍ଚଳରୁ ୪ଲକ୍ଷ ୧୫ ହଜାର ଟଙ୍କାର ବେଆଇନ କଫ ସିରପ ଜବତ

ଚୌଦ୍ଵାର,(ଦୀପକ୍ କୁମାର ବେଉରା): ଚୌଦ୍ୱାର ଓ କଟକରୁ ବିପୁଳ ପରିମାଣର ବେଆଇନ କଫ ସିରପ ଜବତ । ମର୍କତନଗର ଥାନା ଚଢ଼ାଉ କରି ୪ଲକ୍ଷ ୧୫ ହଜାର ଟଙ୍କାର ୩୨୧୮ଟି ବେଆଇନ କଫ ସିରପ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇଜଣ ହେଉଛନ୍ତି ଚୌଦ୍ୱାର ଓଟିଏମ ଦୁର୍ଗା ବଜାର ର କୁଳମଣି ମିଶ୍ର ଓ ଚୌଦ୍ୱାର ତଳ ବଜାରର ଦିଲୀପ କୁମାର ସାହୁ । ଦିଲୀପ ଏକ ମେଡ଼ିସିନ ଦୋକାନର ମାଲିକ ଅଟେ । ଗିରଫ ଦୁଇଜଣ ଏହି ବେଆଇନି କଫ ସିରପ କାରବାରରେ ସାମିଲ ଥିଲେ । ଏମାନଙ୍କ ସହ ଆଉ କିଏ ସଂପୃକ୍ତ ଅଛି ସେନେଇ ତଦନ୍ତ ଜାରି ରଖିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ । ତେବେ ଏହି ବେଆଇନ କଫ ସିରପ କାହିଁକି ଓ କାହାକୁ ବିକ୍ରି ହେଉଥିଲା ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ । ଏହି କଫ ସିରପରେ ମିଶୁଥିଲା ଏନ ୧୦ ନିଶା ଟାବଲେଟ ତା ପରେ ଶହେ ଏମ.ଏଲର ଏହି କଫ ସିରପ ବୋତଲ ୧୧୦ଟଙ୍କାରେ ବିକ୍ରି ହେଉଥିଲା । ପ୍ରକୃତ କଥା ହେଲା ମଦ ଭଳି ଏହାକୁ ସେବନ କଲେ କୌଣସି ବାସ୍ନା ହୁଏ ନାହିଁ ହେଲେ ନିଶା କିନ୍ତୁ ଜୋରରେ ହୁଏ । ତେଣୁ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ଗିରଫ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ