ଫିକା ପଡ଼ିଲା ସମାଧି ପର୍ବ; ଚର୍ଚ୍ଚ ଫାଟକ ରେ ତାଲା

ମୋହନା,( ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଅଞ୍ଚଳ ର ବିଭିନ ସ୍ଥାନରେ ଖ୍ରୀଷ୍ଠଦର୍ମ ଅବଲମ୍ବୀ ମନେ ନିଜ ପରିବାର ଵର୍ଗର ମୃତ ବରଣ କରିଥିବା ବ୍ୟକ୍ତିଙ୍କ ସମାଧିସ୍ଥାନ ରେ ସମାଧି ପର୍ବ ପାଳିଛନ୍ତି | ଖ୍ରୀଷ୍ଟଧର୍ମ ଅବଲମ୍ବୀ ମନେ କହିବା ପ୍ରକାରେ ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଧାରାପୃଷ୍ଟ କୁ ଆଗମନ ହୁଏ ସେହି ସମୟରେ ମୃତ୍ୟୁ ବରଣ କରିଥିବା ଆତ୍ମ ମାନଙ୍କୁ ସ୍ୱର୍ଗ ରେ ଜାଗା ମିଳିଥାଏ ଏବଂ କିଛି ଭଲ କର୍ମ କରିଥିଲେ ଈଶ୍ୱର ତାଙ୍କ ଚରଣ କୁ ନେଇଥାନ୍ତି | ଯେଉଁ ପର୍ଯ୍ୟନ୍ତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଧରା ପୃଷ୍ଟକୁ ଆଗମନ ନହୋଇଥାୟ ସେ ପର୍ଯ୍ୟନ୍ତ ମୃତ ଆତ୍ମାକୁ ଶାନ୍ତି ମିଳିନଥାଏ | ତେଣୁ ଏହି ଦିନ ରେ ସମାଧି ନିକଟରେ କେଣ୍ଡେଲ ଜାଳି ପୁଷ୍ପ ମାଲ୍ୟ ଦେଇ ଈଶ୍ୱରଙ୍କ ନିକଟରେ ଆତ୍ମାର ଶାନ୍ତି ନିମନ୍ତେ ପ୍ରାଥନା କରିବା ସହ ନିଜ ପରିବାରର ମଙ୍ଗଳ ନିମନ୍ତେ ଆଶୀର୍ବାଦ ଭିକ୍ଷା ମାଗନ୍ତି | ଏହି ସମୟରେ ଧର୍ମ ଯାଜକ ମନେ ଉପସ୍ଥିତ ରହି ଈଶ୍ୱର ଙ୍କ ବାଣୀ ଗାନ କରିଥାନ୍ତି |ଏହି ପର୍ବ ବହୁ ଧୁମଧାମରେ ପ୍ରତେକ ବର୍ଷ ପାଳନ କରନ୍ତି ଏବଂ ସମାଧି କୁ ସଯଶଯ୍ୟା ମଧ୍ୟ କରନ୍ତି ହେଲେ କରୋନା କଟକଣା ପାଇଁ ଏହି ବର୍ଷ ପର୍ବ ଫିକା ପଡିଛି | କେତେକ ସ୍ଥାନରେ ସାମାଜିକ ଦୂରତା ରଖି କୋଭିଡି ନୟମ ମାନି ପାଳିଛନ୍ତି ତ କେତକ ସ୍ଥାନରେ ଚର୍ଚ୍ଚ ଗୁଡ଼ିକ ରେ ତାଲା ଝୁଲୁ ଥିଲା | ମୋହନା, ଅଡବା,ଅଲିଗଣ୍ଡା, ଦମାଦୁଆ,ଚାନ୍ଦିପୁଟ, ଚୁଡ଼ଙ୍ଗପୁର, ରାଇପଙ୍କା ଭଳି ବିଭିନ୍ନ ସ୍ଥାନରେ ଏହି ପର୍ବ ପାଳନ ହଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ