ଚୌଦ୍ୱାର କୁମାରୋତ୍ସଭ ପୂଜା କମିଟି ତରଫରୁ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଅଛି

ଚୌଦ୍ଵାର,(ଦୀପକ୍ କୁମାର ବେଉରା): ଚୌଦ୍ୱାର କୁମରୋତ୍ସଭ୍ ପୂଜା କମିଟି ଗୃହ ରେ ଏକ ମେଗା ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିର ରେ ଦୁଇ ଶହ ରୁ ଉର୍ଦ୍ଧ ବୟସ୍କ ଓ ବୃଦ୍ଧା ବୃଦ୍ଧ ଯାହାଙ୍କ ଚକ୍ଷୁ ଜନିତ ସମସ୍ୟା ସେମାନେ ଏହି ଶିବିର କୁ ଆସି ମାଗଣା ନିଜର ଚକ୍ଷୁ ପରୀକ୍ଷା ଶହ କରାଇଥିଲେ ଓ ଚଷମା ମଧ୍ୟ ନେଇଥିଲେ ଏହି ଶିବିର ରେ ଡାକ୍ତର ଦେବାଶିଷ ମହାପାତ୍ର ସହ ତାଙ୍କ ସହକର୍ମୀ ଚିକିତ୍ସା କରିଥିଲେ l ଏହି ଶିବିର କୁ ଚୌଦ୍ୱାର ଦଶହରା ପୂଜା କମିଟି ର ସଭାପତି ସୁବୋଧ ନାୟକ ତାଙ୍କ କର କମଳ ରେ ଉଦଘାଟନ କରିଥିଲେ l ଏହି ଶିବିର କୁ ଉଦ୍ଧାର ଫାଉଣ୍ଡେସନ ସଂଗଠନ ର ସଦସ୍ୟ ସଦସ୍ୟା ସୁଚାର ରୂପେ ପରିଚାଳନା କରିଥିଲେ l ସ୍ଵାଗତିକା ଫାଉଣ୍ଡେସନ କର୍ମକର୍ତା ମାନେ ଶିବିର ରେ କାର୍ଯ୍ୟ କରୁଥିବା ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟ ସହାୟକ ଓ ସାମାଜିକ ସଂଗଠନ ର କର୍ମକର୍ତା ଙ୍କୁ ଖାଦ୍ୟ ପାନୀୟ ର ବ୍ୟବସ୍ଥା କରିଥିଲେ l ଏହି ଶିବିର ଟି କୋଭିଡି 19 ନିୟମ ଓ ସାମାଜିକ ଦୂରତା କୁ ଅବଲମ୍ବନ କରି ଶିବିର ଟି ପରିଚାଳନା ହୋଇଥିଲା l ଏହି ଶିବିର ରେ ଚୌଦ୍ୱାର ଦଶହରା ପୂଜା କମିଟି ର କାର୍ଯ୍ୟକାରୀ ସଭାପତି ପ୍ରଦୀପ ନାୟକ, ସମ୍ପାଦକ ନାରାୟଣ ସ୍ୱାଇଁ, ସ୍ଵାଗତିକ ଫାଉଣ୍ଡେସନ ସଭାପତି ଦେବେନ୍ଦ୍ର ପୃଷ୍ଟି, ଉଦ୍ଧାର ଫାଉଣ୍ଡେସନ ସଂଗଠନ ର ସଭାପତି ନରୋତ୍ତମ ଦାସ ଉପଦେଷ୍ଟା କିରଣ ବଳା ନାୟକ, ଗୋଲାପ ସିଂ, ଶିବାନନ୍ଦ ବାରିକ, ସଞ୍ଜୟ ମିଶ୍ର, କାଁହୁ ସେଠୀ, ଜ୍ୟୋତି ପାଲ, ଶ୍ରୀକାନ୍ତ ଜେନା, ସ୍ମୃତି ରଞ୍ଜନ ପରିଡା, ସରୋଜ ସାହୁ, ଉର୍ମିଳା ମଲିକ, ବିକ୍ରମ ଜେନା, ସାଇକ୍ଲୋନି ସାହୁ, ଅଭିଷେକ ସାହୁ, ସତ୍ୟବ୍ରତ ବେହେରା, ବାବୁନା ଦାସ, ରାଜେଶ ମହାନ୍ତି, ରାଜା ମଲିକ, ବି ହେମନ୍ତ, ସତ୍ୟ ପ୍ରକାଶ ମଲିକ, ମହେନ୍ଦ୍ର ବେହେରା, ସାନୁ ମଲ୍ଲିକ, ହୃଦାନନ୍ଦ ଘଡେଇ, ଆଲୋକ ସିଂ ଵିଭୂ କିଶୋର ନାୟକ ଜନ୍ମେଞ୍ଜୟ ମିଶ୍ର, ପ୍ରମୁଖ ଉପସ୍ଥିତ ରହି ଶିବିର କୁ ସୁଚାର ରୂପେ ପରିଚାଳନା କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ