ଚୌଦ୍ୱାର ଜେଲରେ କଏଦୀଙ୍କ ମୃତ୍ୟୁ ଘଟିଛି
ଚୌଦ୍ୱାର,(ସଞ୍ଜୀବ କୁମାର ତିୱାରୀ):ଚୌଦ୍ୱାର ରେ ଅବସ୍ଥିତ ସର୍କଲ ଜେଲରେ ଚିକିତ୍ସା ଧୀନ ଅବସ୍ଥାରେ ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି।ମୃତ କଏଦୀ ଜଣକ ହେଉଛନ୍ତି କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅଂଚଳର ଚୈତ୍ୟନ ଯାନୀ (୬୩)।ସେ ରବିବାର ସକାଳେ କଟକ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା ଲୟରେ ମୃତ୍ୟ ବରଣ କରିଥିବା ଜଣାପଡ଼ିଛି।ଚୈତ୍ୟନ ଏକ ହତ୍ୟା ମାମଲାରେ ଜୟପୁର ସେସନ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ଜୟପୁର ଜେଲରେ ସଜା କାଟୁଥିଲେ।ସେଠାରେ ସେ ଗଳା କର୍କଟ ରୋଗରେ ଆକ୍ରାନ୍ତ ହେବାରୁ ଗତ ମାର୍ଚ୍ଚ ୭ ତାରିଖରେ ତାଙ୍କୁ ବ୍ରହ୍ମପୁର ବଦମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଅବସ୍ଥାରେ ପରିବର୍ତ୍ତନ ନହେବାରୁ ତାଙ୍କୁ କଟକ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲ କୁ ରେଫର କରାଯାଇଥିଲା।ସେ ଗତ ୨୪ ତାରିଖରେ ଚୌଦ୍ୱାର ଜେଲକୁ ଆସିଥିଲେ।ଏଠାରେ ରହି କଟକ ଯାଇ ଚିକିତ୍ସିତ ହେଉଥିଲେ। ରବିବାର ସକାଳେ ତାଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ କଟକ ପଠାଯାଇଥିଲା।ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।


