ଇମ୍ପା – ଚୌଦ୍ୱାର ଦ୍ଵାରା ମାଗଣା ବହୁମୁଖୀ ସ୍ୱାସ୍ଥ୍ୟ ଶିବିର
ଚୌଦ୍ଵାର(ସଞ୍ଜୀବ କୁମାର ତିୱାରୀ) ଇମ୍ଫା ଶିଳ୍ପ ଗୋଷ୍ଠୀ ର ସାମାଜିକ ଓ ଦାୟିତ୍ୱବୋଧ ଶାଖା ବଂଶୀଧର ଓ ଇଲ୍ଲା ପଣ୍ଡା ଫାଉଣ୍ଡେସନ ର ପ୍ରତିଷ୍ଠା ଦିବସ ଅବସରରେ ଏକ ମାଗଣା ବହୁମୁଖୀ ସ୍ୱାସ୍ଥ୍ୟ ଶିବିର ସହ ବିଶ୍ୱରେ ଉପୁଜିଥିବା ମହାମାରୀ କରେନା ଉପରେ ଏକ ସଚେତନା କାର୍ଯ୍ୟକ୍ରମ ଚୌଦ୍ଵାର ସ୍ଥିତ ଇନ୍ଦ୍ରାଣୀ ପାଟଣା ଗ୍ରାମପଞ୍ଚାୟତ ର ଚଷାପଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଇମ୍ଫା ର ବରିଷ୍ଠ ଉପସଭାପତି ବିଜୟାନନ୍ଦ ମହାପାତ୍ର ଓ ସରପଞ୍ଚ ସରୋଜ କୁମାର ପ୍ରଧାନ ଉଦଘାଟନ କରିଥିଲେ।କାର୍ଯ୍ୟକ୍ରମରେ ଅଞ୍ଚଳ ର ବରିଷ୍ଠ ବୁଦ୍ଧିଜୀବୀ ମନୋରଞ୍ଜନ ସ୍ବାଇଁ,ଲକ୍ଷ୍ମଣ ନାୟକ,ତିର୍ଥାନନ୍ଦ ସୁବୁଧିରୟ,ନିରଞ୍ଜନ ପ୍ରଧାନ,ତ୍ରିବିକ୍ରମ ବେହୁରା,ଅଭିରାମ ରାଉତ,ଗଣେଶ୍ୱର ବେହେରା,ଅଲେଖ ପ୍ରଧାନ,ଲକ୍ଷ୍ମୀଧର ଦାସ,ଜଗନ୍ନାଥ ନାୟକ,ପ୍ରଦୀପ୍ତ କିଶୋର ଗିରି, ସ୍କୁଲ୍ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ,ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଆଦି ଉପସ୍ଥିତ ରହି ଇମ୍ଫାର ଉକ୍ତ କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ । ଅଭିଜ୍ଞ ଡାକ୍ତର ଡ଼ା ପ୍ରାଇମ୍ ପ୍ରିୟରଞ୍ଜନ (ଭେଷଜ),ଡ଼ା ନିରଞ୍ଜନ ସ୍ୱାଇଁ (ଅସ୍ଥିଶିଲ୍ୟ),ଡ଼ା କାମଦେବ ସେଠୀ (ସ୍ତ୍ରୀ ଓ ପ୍ରସୂତି),ଡ଼ା ହିମାଂଶୁ ଶେଖର ସାହୁ (ଶିଶୁରୋଗ ବିଶେଷଜ୍ଞ) ଓ ଡ଼ା ତ୍ରିବିକ୍ରମ ପଟ୍ଟନାୟକ (ଭେଷଜ) ଙ୍କ ଦ୍ଵାରା ୪୧୫ ଜଣ ରୋଗୀ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ଅଭିଜ୍ଞ ଇମ୍ଫା ସ୍ବେଚ୍ଛାସେବୀ ଙ୍କ ଦ୍ୱର ଉପସ୍ଥିତ ରୋଗୀ ଓ ଜନସାଧାରଣ ମାନଙ୍କୁ ମହାମାରୀ କରେନା ଉପରେ ସଚେତନ କରାଇଥିଲେ। ଇମ୍ଫା ର ମାନସ ରଞ୍ଜନ ପ୍ରଧାନ,ସାରଦା ପ୍ରସାଦ ରାଓ, ଧିରେନ୍ କୁମାର ନାଥ,ସଞ୍ଜୀବ ଗୁପ୍ତା, ଲଲାଟ କେଶରୀ ମହାପାତ୍ର, ସମରେନ୍ଦ୍ର ବେହୁରା, ନିଲେନ୍ଦୁ ଚାଟାର୍ଜୀ,ଆଶିଷ ଦାସ,ଶୁଭେନ୍ଦୁ ପାତ୍ର,ବିଷ୍ଣୁ ଚରଣ ସାହୁ,ରବୀନ୍ଦ୍ର ବେହେରା,ଦେବାଶିଷ ଦାସ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା ରେ ସହୋଯୋଗ କରିଥିଲେ। ଇମ୍ଫା ର ବରିଷ୍ଠ ଲୋକ ସମ୍ପର୍କ ପ୍ରଶାସକ ଶ୍ରୀଯୁକ୍ତ ଧ୍ରୁବ ଚରଣ ରାଉତ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।