ଚୌଦ୍ୱାର ପୌର କାର୍ଯ୍ୟାଳୟ ଆଗରେ ସିପିଆଇଏମ ପକ୍ଷରୁ ବିକ୍ଷୋଭ

ଚୌଦ୍ୱାର : (ଦୀପକ୍ କୁମାର ବେଉରା) ମହାମାରୀ କରୋନା ହେତୁ ସାଧାରଣ ଜନତାଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡିଛି ।ସେହି ସାଧାରଣ ଜନତା ମାନଙ୍କ ସୁବିଧା ପାଇଁ ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କସ୍ବାଦି) ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ସତର ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।ଚୌଦ୍ୱାର ପୌରପାଳିକା ର ନିର୍ବାହୀ ଅଧିକାରୀ ଙ୍କ ଜରିଆରେ ଦଳ ର ସ୍ଥାନୀୟ ସଂଗଠନ ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ । ଜୟ ସିଂଙ୍କ ନେତୃତ୍ୟରେ ଆଜି ସାମାଜିକ ଦୂରତା ଅବଲମ୍ବନ କରି ପୋୖର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ବିକ୍ଷୋଭ ପ୍ରଦର୍ଶନ ରେ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।ଆଜି ଦଳ ପକ୍ଷରୁ ରାଜ୍ୟଶାରା ଏଭଳି ସ୍ମାରକପତ୍ର ପ୍ରଦାନ କରାଯାଇଛି ।ଚୌଦ୍ୱାର ବିକ୍ଷୋଭ ପ୍ରଦର୍ଶନ ବିପିନି ବିହାରୀ ସାହୁ, ଦୀନବନ୍ଧୁ ଗାହାନ, ଧନେଶ୍ୱର ନାୟକ, ଦାମୋଦର ନାୟକ,କାଁହୁ ଚରଣ ନନ୍ଦ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ