ଚୌଦ୍ୱାର ରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ଦାବିରେ ଜିଲ୍ଲାପାଳ ଙ୍କୁ ସ୍ମାରକପତ୍ର

ଚୌଦ୍ୱାର, (ଦୀପକ୍ କୁମାର ବେଉରା):ଓଡ଼ିଶାର ପ୍ରଥମ ଶିଳ୍ପ ସହର ଚୌଦ୍ୱାରକୁ ବାରମ୍ବାର ଅଣଦେଖା ଓ ଏଠାରେ ବୟନ ଶିଳ୍ପ ପାର୍କ ପ୍ରତିଷ୍ଠା ଦାବି କରି କଟକ ଜିଲ୍ଲାପାଳ ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଚୌଦ୍ୱାର ଶିଳ୍ପ ପୁନରୁଦ୍ଧାର ସଂଗଠନ ପକ୍ଷରୁ ଜିଲ୍ଲାପାଳ ଏହି ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।ଏଥିରେ ଦର୍ଶାଯାଇଛି ଯେ ପୌରାଣିକ ସହର ଚୌଦ୍ୱାରରେ ସ୍ବର୍ଗତ ବିଜୁ ପଟ୍ଟନାୟକ ୧୯୪୬ ରେ ଓଡିଶା ଟେକ୍ସଟାଇଲ ମିଲସ ପ୍ରତିଷ୍ଠା କରିଥିଲେ ।ଯାହାକି ୧୯୫୦ ମସିହାରୁ କାର୍ଯ୍ୟକ୍ଷମ ହୋଇଥିଲା । ଯାହାକି ରାଜ୍ୟର ପ୍ରଥମ ଶିଳ୍ପ ସଂସ୍ଥା ଥିଲା । ଦେଶ ବିଦେଶରେ ଓଟିଏମ କପଡା ଅନେକ ଚାହିଦା ରହିଥିଲା । ପରିଚାଳନାଗତ ବିଭ୍ରାଟ ଓ ସରକାରୀ ଉଦାସୀନତା ଯୋଗୁଁ ବାରମ୍ବାର ଏହି କାରଖାନା ସମସ୍ୟା ମଧ୍ୟରେ ଗତିକରି ଶେଷରେ୧୯୯୯ ମହାବାତ୍ୟା ପରେ ତା୧୨.୩.୨୦୦୧ରେ ସମ୍ପୂର୍ଣ ତାଲା ବନ୍ଦ ଘୋଷଣା ହେଲା । ଏହି କାରଖାନାର ୬00 ଶ୍ରମିକଙ୍କ ଇତିମଧ୍ୟରେ ମୃତ୍ୟୁ ହୋଇସାରିଲାଣି । ଏହାକୁ ନେଇ ବିଗତ ୨୦ ବର୍ଷ ହେଲା ଅନେକ ରାଜନୀତି କରାଯାଉଛି । ଓଟିଏମ ଘଟଣା ହାଇକୋର୍ଟ ରେ ବିଚାରଧୀନ ରହିଛି। ଏଠାରେ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି। ଓଟିଏମ ଜମିରେ ବୟନ ଶିଳ୍ପ ପାର୍କ ପ୍ରତିଷ୍ଠା କରାଯିବ ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ଓ ବୟନ ଶିଳ୍ପ ମନ୍ତ୍ରୀ ଚୌଦ୍ୱାର ବାସୀଙ୍କ ଆଗରେ ଘୋଷଣା କରିଥିଲେ ।ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଅନେକ ଥର ଲୋକଙ୍କୁ ବୟନ ଶିଳ୍ପ ପାର୍କ ପ୍ରତିଷ୍ଠା ର ମିଥ୍ୟା ପ୍ରତିଶୃତି ଦେଇଥିଲେ । ଅଥଚ ରାଜ୍ୟ କ୍ୟାବିନେଟ ଭଦ୍ରକ ଜିଲ୍ଲାର ଧାମରା ରେ ବୟନ ଶିଳ୍ପ ପାର୍କ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଛନ୍ତି ।ଧାମରା ବାସୀ ଙ୍କ ବିନା ଦାବିରେ ସେଠାରେ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା ହେଲା ଅଥଚ ଚୌଦ୍ୱାର ବାସୀ ଦୀର୍ଘ କୋଡିଏ ବର୍ଷ ହେଲା ଏଠାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଦାବି କରୁଥିଲେ ମଧ୍ୟ ଏହାକୁ ଅଣଦେଖା କରାଯିବାକୁ ସ୍ଥାନୀୟ ଶ୍ରମିକ ଓ ବୁଦ୍ଧିଜୀବୀ ମାନେ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି ।ତେଣୁ ରାଜ୍ୟ ସରକାର ଚୌଦ୍ୱାର ଉପଲବ୍ଧ ଥିବା କୁଶଳୀ ଶ୍ରମିକ, ଜମି, ରେଳ ଓ ସଡକ ପଥ ଏବଂ ଭିତ୍ତିଭୂମି କୁ ଦୃଷ୍ଟିରେ ରଖି ଏଠାରେ ବୟନ ଶିଳ୍ପ ପାର୍କ ପ୍ରତିଷ୍ଠା କରିବାକୁ ଦାବି କରାଯାଇଛି । ଯାଇଥିବା ପ୍ରତିନିଧ ମଣ୍ଡଳୀରେ ଶ୍ରୀକାନ୍ତ ପାକଳ, ଜୟ ସିଂ , ହରିହର ବେଉରା, ଲଷ୍ମୀଧର ଖୁଣ୍ଟିଆ, ବିଜୟକେତନ ସ୍ୱାଇଁ, ଅଶ୍ୱିନୀ ଜେନା, ଭୀମସେନ ବିଶ୍ୱାଳ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ