ଚୌଦ୍ୱାର ରେ ନାବାଳିକାର ଆତ୍ମହତ୍ୟା
ଚୌଦ୍ୱାର,(ଦୀପକ୍ କୁମାର ବେଉରା): ଚୌଦ୍ୱାର ଥାନା ଅନ୍ତର୍ଗତ ୧୭ ନମ୍ବର ୱାର୍ଡ ତ୍ରିନାଥ ପଲ୍ଲୀ ସାହିରେ ଜଣେ ନାବାଳିକା ଛାତ୍ରୀ ଆତ୍ମହତ୍ୟା କରିଛି. ଏଠାରେ ରହୁଥିବା କାଳିଆ ମାରାଣ୍ଡିଙ୍କ ୧୩ ବର୍ଷୀୟା ନାବାଳିକା ଝିଅ ପାର୍ବତୀ ଘରେ କେହି ନଥିବା ସମୟରେ ଆଜବେଷ୍ଟ ଲୁହାରେ ଶାଢ଼ୀକୁ ବେକରେ ଗୁଡ଼ାଇ ଆତ୍ମହତ୍ୟା କରିଥିବା ଜଣାପଡିଛି. ତାର ସାନ ଭଉଣୀ ଘରକୁ ଆସି ପାର୍ବତୀକୁ ଝୁଲୁଥିବା ଦେଖି ପଡୋଶୀ ମାନଙ୍କୁ ଡାକିଥିଲା । ଚୌଦ୍ୱାର ପୋଲିସ ଘଟଣା ସ୍ଥଳରେ ପହଁଚି ଶବ କୁ ଉଦ୍ଧାର କରି ତଦନ୍ତ ଚଳାଇଛନ୍ତି. ପାର୍ବତୀ ଜଣେ ମେଧାବୀ ଛାତ୍ରୀ ଓ ସେ ସ୍ଥାନୀୟ କଳିଙ୍ଗ ବିଦ୍ୟାପୀଠରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ. ମାତ୍ର ଜଣେ ମେଧାବୀ ଛାତ୍ରୀ ଆତ୍ମହତ୍ୟା କରିବା ସ୍ଥାନୀୟ ବାସୀ ବିଶ୍ୱାସ କରି ପାରୁନାହାନ୍ତି ।


