ବାରିପଦାରେ ପଦ୍ମଶ୍ରୀ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଜୟନ୍ତୀ।ପାଳିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ଗୋପବନ୍ଧୁ ସାହିତ୍ୟ ସଂସଦ’ ଆନୁକୂଲ୍ୟରେ ମହାନ ସାରସ୍ବତ ସାଧକ ,ସୁପ୍ରଷିଦ୍ଧ ଐତିହାସିକ ଓ ଗବେଷକ ଭଂଜମାଟିର ବରପୁତ୍ର ଡ଼ଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଜୟନ୍ତୀ କୋଭିଡ କଟକଣା ଗାଇଡ ଅନୁସାରେ ପାଳିତ ହୋଇଯାଇଛି ।ପ୍ରାରମ୍ଭରେ ଉପସ୍ଥିତ ସାରସ୍ବତପ୍ରେମୀ ଡ଼ଃ ପାଣିଗ୍ରାହୀଙ୍କ ଫଟୋଚିତ୍ରରେ ପୁଷପମାଲ୍ଯ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ଅନୁଷ୍ଠାନର ଅଧ୍ଯକ୍ଷ ଡ଼ଃ ସରୋଜ ନାୟକ, ସଂପାଦକ ବିଶିଷ୍ଟ ଯୁବ କବି ଶିକ୍ଷକ ଅମିତାଭ ମିଶ୍ର,ସାହିତ୍ବିକ ଅମୂଲ୍ୟ କୁମ୍ଭକାର,ଲେଖକତପନ ବେହେରା ପ୍ରମୁଖ ମୟୂରଭଞ୍ଜ ମାଟିର ଯୋଗଜନ୍ମା ବ୍ଯକ୍ତି ଡ଼ଃ ପାଣିଗ୍ରାହୀଙ୍କ ଜୀବନାଦର୍ଶନ,ସାହିତ୍ବିକ ରୁଚି,ବିଶେଷ କରି ଅମୂଲ୍ୟ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ ।କବୟତ୍ରୀ ସଂଧ୍ୟାରାଣୀ ବେହେରା ମଂଚ ପରିଚାଳନା କରିଥିଲେ ।ସାଂପ୍ରତିକ ସମୟରେ ଡ଼ଃ ପାଣିଗ୍ରାହୀ ଙ୍କ ସାହିତ୍ବିକ ରୁଚି,ଗବେଷଣା ନିଶ୍ଚିତ ଭାବରେ ଯୁବବର୍ଗଙ୍କୁ ମାର୍ଗ ଓ ଉତ୍ସାହିତ କରିବ ବୋଲି ଅତିଥି ଗଣ ବକ୍ତବ୍ୟ ରଖିଥିଲେ ।


