ଚୌଦ୍ୱାର ସହରରେ ପୁଣି ଦୁଇ ପଜିଟିଭ ଚିହ୍ନଟ
ଚୌଦ୍ୱାର : (ଦୀପକ୍ କୁମାର ବେଉରା) ଚୌଦ୍ୱାର ସହରରେ ପୁଣି ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ମଧ୍ୟରୁ ଜଣେ ଯୁବତୀ ବୋଲି ଜଣାପଡିଛି । ଚୌଦ୍ୱାର ପୌରପାଳିକା ୫ନମ୍ବର ୱାର୍ଡ ର ଏହି ଯୁବତୀ ଜଣକ ଭୁବନେଶ୍ୱର ରେ ରୁହନ୍ତି । ସେଠାକାର ଜଣେ ଆକ୍ରାନ୍ତ ଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ରେ ସେ ଆସିବା ପରେ ତାଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା । ଏଥିରେ ରିପୋର୍ଟ ପଜିଟିଭ ଆସିବା ପରେ ସେ ବର୍ତ୍ତମାନ ଚୌଦ୍ୱାର ଘରେ ଥିବାରୁ ତାଙ୍କୁ ସୂଚନା ଦିଆଯିବା ସହ କୋବିଦ ହସ୍ପିଟାଲ କୁ ପଠାଯିବାର ବ୍ୟବସ୍ତା କରାଯାଉଛି । ଅପର ପକ୍ଷରେ ଦଶ ନମ୍ୱର ୱାର୍ଡ ବାଟବୁଢ଼ୀ କଲୋନୀରେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହି ବ୍ୟକ୍ତି ଜଣକ ଢେଙ୍କାନାଳ ରେ ଚାକିରୀ କରୁଛନ୍ତି ।ସେଠାରେ ତାଙ୍କର କୋବିଦ ପରୀକ୍ଷା କରାଇଥିଲେ । ତାପରେ ସେ ଚୌଦ୍ୱାର ଘରକୁ ଆସିଥିଲେ ।ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ କୋବିଦ ହସ୍ପିଟାଲ ପଠାଯାଇଛି ।ବର୍ତ୍ତମାନ ତାଙ୍କ ପରିବାର ଲୋକଙ୍କୁ ନଜରରେ ରଖାଯାଇଛି ।ତାଙ୍କ ଘରକୁ ଦଶ ନମ୍ବର ୱାର୍ଡ କୋବିଦ ଟିମ ପକ୍ଷରୁ ସାନିଟାଇଜ କରାଯାଇଥିବା ଜଣାପଡିଛି ।


