ଚ୍ଡିଏଫ୍ସି ଲାଇଫ୍ ସଞ୍ଚୟ ପ୍ଲସ୍ ଯୋଜନାର ଶୁଭାରମ୍ଭ

ମୁମ୍ବାଇ, (ଏଜେନ୍ସି): ଭାରତର ଅଗ୍ରଣୀ ତଥା ବୃହତ୍ ଜୀବନ ବୀମା କମ୍ପାନୀ ଏଚ୍ଡିଏଫ୍ସି ଲାଇଫ ପକ୍ଷରୁ ଏଚ୍ଡିଏଫ୍ସି ଲାଇଫ୍ ସଞ୍ଚୟ ପ୍ଲସ୍ ନନ୍-ପାର୍ଟିସିପେଟିଂ, ନନ୍-ଲିଙ୍କଡ଼୍ ସେଭିଂ ଇନସ୍ୟୁରାନ୍ସ୍ ପ୍ଲାନ୍୍ ଶୁଭାରମ୍ଭ କରାଯାଇଛି । ଏହି ପ୍ଲାନ୍ ଜରିଆରେ ଗ୍ରାହକଙ୍କୁ ଅନିଶ୍ଚିତ ଆର୍ଥିକ ପ୍ଲାନିଂ କ୍ଷେତ୍ରରେ ନିଶ୍ଚିତ ଆୟର ଅବସର ପ୍ରଦାନ କରିବ । ଏଚ୍ଡିଏଫ୍ସି ଲାଇଫ୍ ସଞ୍ଚୟ ପ୍ଲସ୍ ଗ୍ରାହକଙ୍କୁ ବେଷ୍ଟ ଇନ୍ କ୍ଲାସ୍ ରିଟର୍ଣ୍ଣ ସୁବିଧା ପ୍ରଦାନ କରିଥାଏ । ଏହା ନିଶ୍ଚିତ ମାଚ୍ୟୁରିଟି, ନଶ୍ଚିିତ ଆୟ, ଜୀବନବ୍ୟାପି ଆୟ ଏବଂ ଦୀର୍ଘ ମିଆଦୀ ଆୟ ଆଦି ୪ଟି ପସନ୍ଦର ସୁବିଧା ଉପଲବ୍ଧ କରାଇବ । ସେଗୁଡିକ ମଧ୍ୟରେ ନିଶ୍ଚିତ ମାଚ୍ୟୁରିଟି ଅପସନ୍, ନିଶ୍ଚିତ ଆୟ ଅପସନ୍, ଦୀର୍ଘ ମିଆଦୀ ଆୟ ଅପସନ୍ ଓ ଜୀବନ ବ୍ୟାପି ଆୟ ଅପସନ୍ ରହିଛି । ନିଶ୍ଚିତ ମାଚ୍ୟୁରିଟି ଅପସନ୍ରେ ନିଶ୍ଚିତ ବେନିଫିଟ୍ ମାଚ୍ୟୁରିଟି ସମୟରେ ଉପଲବ୍ଧ କରାଇଥାଏ । ପ୍ରଦାନ କରାଯାଇଥିବା ପ୍ରିମିୟମ୍ର ଏହା ୨.୪୫ ଗୁଣା ହେବ । ଏହା ଆର୍ଥିକ କ୍ଷେତ୍ରକୁ ସୁଦୃଢ଼ ତଥା ସୁରକ୍ଷିତ କରିବା ସହିତ ନିଶ୍ଚିତ ନିର୍ଭର ଯୋଗ୍ୟ ସାବ୍ୟସ୍ତ ହେବ । ନିଶ୍ଚିତ ଆୟ ଅପସନ୍ ୨୨୮% ପର୍ଯ୍ୟନ୍ତ ନିୟମିତ ନିଶ୍ଚିତ ଆୟ ନିର୍ଦ୍ଧାରୀତ ବାର୍ଷିକ ପ୍ରିମିୟମ୍ ମାଚ୍ୟୁରିଟିର ଫିକ୍ସଡ଼ ସମୟ ବା ପେଆଉଟ୍ ପରିୟଡସ୍ ପରେ ଉପଲବ୍ଧ କରାଇଥାଏ । ଦୀର୍ଘ ମିଆଦୀ ଆୟ ଅପସନ୍ ନିଶ୍ଚିତ ନିୟମିତ ଆୟ ୨୫ କିମ୍ବା ୩୦ ବର୍ଷ ପାଇଁ ଦେବା ସହିତ ପେ ଆଉଟ୍ ପିରିୟଡସ୍ ଶେଷରେ ମୋଟ୍ ପ୍ରିମିୟମ୍ ଫେରସ୍ତ ହୋଇଥାଏ । ଗୋଲ୍ଡେନ୍ ଇୟରର୍ସରେ ଏହା ଆତିରକ୍ତ ଆୟ ଉପଲବ୍ଧ କରାଇଥାଏ । ଜୀବନ ବ୍ୟାପି ଆୟ ଅପସନ୍: ଏହି ଅପସନ୍ ନିଶ୍ଚିତ ନିୟମିତ ଆୟ ୯୯ ବର୍ଷ ପର୍ଯ୍ୟନ୍ତ ପେ ଆଉଟ୍ ପରିୟଡସ୍ ଶେଷରେ ମୋଟ୍ ପ୍ରମିୟମ୍ ଫେରସ୍ତ ପରେ ଉପଲବ୍ଧ କରାଇଥାଏ । ଏହା ପେନସନ୍/ଆନ୍ୟୁଟି ଭଳି ଅବସର ପରବର୍ତ୍ତୀ ଆୟ ଉପଲବ୍ଧ କରାଇଥାଏ । ପଲିସି ଟର୍ମ ମଧ୍ୟରେ ଏହା ଦ୍ୱାରା ହୋଇଥିବା ଜୀବନ ବୀମା ସହାୟତାରେ ଆକସ୍ମିକ ମୃତ୍ୟୁ କ୍ଷେତ୍ରରେ ଡେଥ୍ ବେନିଫିଟ୍ ସହିତ ଆକ୍ୟୁରଡ୍ ଗ୍ୟାରେଣ୍ଟି ଆଡିସନ୍ ଯଦି ଉପଯୁକ୍ତ ହୋଇଥାଏ, ତେବେ ତାହା ନୋମିନୀଙ୍କୁ ପ୍ରଦାନ କରାଯାଇଥାଏ । ବୀମା ପରବର୍ତ୍ତୀ ସମୟରେ ଫେରସ୍ତ ଚାହୁଁଥିବା, ରିସ୍କ୍ ନେଉଥିବା ବ୍ୟକ୍ତିଙ୍କ ପାଇଁ ବେଶ୍ ଉପଯୋଗୀ । ଏହି ଉତ୍ପାଦ ନିଶ୍ଚିତ ଆର୍ଥିକ ସୁରକ୍ଷା ଉପଲବ୍ଧ କରିବା ଭଳି ଡିଜାଇନ୍ ହୋଇଛି । ସମ୍ପ୍ରତି ଏଚଡିଏଫସି ଲାଇଫ୍ର କ୍ଲିକ୍ ୨ ପ୍ରୋଟେକ୍ଟ ୩ଡି ପ୍ଲସ୍ ବେଷ୍ଟ ପ୍ଳାନ୍ ଅପ୍ ଦି ଇୟର ବିଜନେସ୍ ଟୁଡେ ମନି ଟୁଡେ ଫାଇନାନ୍ସିଆଲ ଆୱାର୍ଡ ୨୦୧୮-୧୯ ହାସଲ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ