ଚଢ଼ାଦରରେ କିରୋସିନି ବିକ୍ରୀକୁ ନେଇ ପ୍ରତିବାଦ, କାର୍ଯ୍ୟାନୁଷ୍ଠାନ ଦାବୀକଲେ ଗ୍ରାମବାସୀ

ହାଟଡିହ (ଓ୍ବାଇଏନ୍ଏସ୍) : ବ୍ଲକରେ କିରୋସିନି ବିକ୍ରୀରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ପ୍ରତି ପଞ୍ଚାୟତରେ ଅଲଗା ଅଲଗା ଦରରେ କିରୋସିନି ବିକ୍ରୀ ହେଉଥିବାରୁ ଏହାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ଲୋକମାନଙ୍କ ପାଖରେ ଠିଆ କରିଛି । ଗୋଟିଏ ପଞ୍ଚାୟତରେ ୪୩ଟଙ୍କା ତ ଆଉ ଗୋଟିଏ ପଞ୍ଚାୟତରେ ୪୦ ଓ ଆଉ ଏକ ପଞ୍ଚାୟତରେ ୩୦ଟଙ୍କାରେ ବିକ୍ରୀ ହୋଇଛି କିରୋସିନି । ଯାହାକୁ ନେଇ ସାଧାରଣ ଖାଉଟିମାନେ ଏହାର ପ୍ରତିବାଦ କରିବାକୁ ବାଧ୍ୟ ହୋଇଛନ୍ତି । ହାଟଡିହି ବ୍ଲକ ସମଣା ପଞ୍ଚାୟତ ଆଗିରିଆ ଗ୍ରାମରେ ଶହଶହ ହିତାଧିକାରୀ ଏପରି କିରୋସିନି ବିକ୍ରୀର ପ୍ରତିବାଦେ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗ୍ରାମର ଉର୍ବଶୀ ଜେନା, ଦିପକ କୁମାର ଜେନା, ଦାଶରଥି ଜେନା, ସରସ୍ୱତୀ ଜେନା, ରଶ୍ମୀରେଖା ଜେନା, ପୁର୍ଣ୍ଣିମା ଜେନା, ବିଣାପାଣି ଜେନା, ଉତ୍ତରା ଜେନା, ଅକ୍ଷୟ ରାଉତ, କେଦାର ରାଉତ, ବିଜୟ ଜେନା, ପର୍ଶୁରାମ ଜେନା, ମନୋରଞ୍ଜନ ଦାସ, ମଦନ ରାଉତ, ନାରାୟଣ ରାଉତ, ସୁଦର୍ଶନ ରାଉତ, ଆନନ୍ଦ ଚନ୍ଦ୍ର ଜେନା, ପ୍ରଦୀପ ଜେନା, ଆଦିତ୍ୟ ଜେନା, ସୁନା ଜେନା, କୁନ୍ତଳା ଜେନା, ମଞ୍ଜୁ ଜେନା, ନୀଳମଣି ଜେନା ପ୍ରମୁଖଙ୍କ ଅଭିଯୋଗ ଅନୁଯାଇ ସେମାନେ ପଞ୍ଚାୟତ କାର୍ଯ୍ୟାଳୟରୁ ପିଡିଏସ ସାମଗ୍ରୀ କିଣିଥାନ୍ତି । ଗତ ଏପ୍ରିଲ ମାସରେ କରୋନା ପାଇଁ ତାଙ୍କୁ ତିନି ମାସର କିରୋସିନି ଦିଆଯାଇଥିଲା । ଏପ୍ରିଲ, ମେ ଓ ଜୁନ ମାସର କିରୋସିନି ସେମାନଙ୍କୁ ୪୩ଟଙ୍କା ଦରରେ ୪ଲିଟର ୫୦୦ ଲେଖାଏଁ ଦିଆଯାଇଥିଲା । କିନ୍ତୁ ଏପ୍ରିଲ ମାସରେ ସରକାର ତେଲ ଦର ୨୫ଟଙ୍କା ୧୫ ପଇସାକୁ ହ୍ରାସ କରିଥିବାବେଳେ ମେ ମାସରେ ଏହାକୁ ୧୪ଟଙ୍କା ୪୦ପଇସା କରିଦେଇଛନ୍ତି । କିନ୍ତୁ ସେମାନଙ୍କକ ଠାରୁ ୪୩ଟଙ୍କା ଲେଖା,ଁ କଣ ପାଇଁ ନିଆଯାଇଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଏପରିକି ସେମାନଙ୍କ ଖାତାରେ କିରୋସିନିର ପରିମାଣ ଉଲେଖ କରାଯାଇଥିବାବେଳେ ଦରଧାର୍ଯ୍ୟ କରାଯାଇ ନାହିଁ । ଏହାକୁନେଇ ଖାୁଟିମାନେ ପଞ୍ଚାୟତର ରିଟେଲରଙ୍କୁ ପଚାରିବାରୁ ସେ ପ୍ରଥମେ ପଇସା ଫେରସ୍ତ ପାଇଁ କହିୀଥିବାବେଳେ ଏବେ ହାକିମାତି ଦେଖାଉଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏନେଇ କୌଣସି ପଦକ୍ଷେପ ନନେଲେ ସେମାନେ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି । ଏହାର ଉପଯୁକ୍ତ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ