ଛତିଶଗଡ଼ ପୋଲିସର ଜୁଳୁମ ପ୍ରତିବାଦ ରେ ଚନ୍ଦାହାଣ୍ଡି ଥାନା ଆଗରେ ସାମ୍ବାଦିକ ସଂଘର ଧାରଣା

ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନଧି ପୁର୍ଣଚନ୍ଦ୍ର ଟାକ୍ରୀ ଙ୍କୁ ପଡ଼ୋଶୀ ଛତିଶଗଡ ଅମଲିପଦର ଥାନା ପୋଲିସର ଜୁଳୁମ ପ୍ରତିବାଦ ରେ ନବରଙ୍ଗପୁର ଜିଲ୍ଲା ୱାକିଂ ଜର୍ଣ୍ଣାଲିଷ୍ଟ ୟୁନିୟନର ସଭାପତି ପି ପ୍ରକାଶ ଏବଂ ଓୟୁଜେ ସଂଘ ସଦସ୍ୟ ମହମ୍ମଦ ହୁସେନଙ୍କ ସମେତ ଅନେକ ସାମ୍ବାଦିକ ମାନେ ଚାନ୍ଦାହାଣ୍ଡି ଥାନା ଆଗରେ ଧାରଣା ଦେଇଛନ୍ତି । ଚନ୍ଦହାଣ୍ଡି ବ୍ଲକ ରେ କାର୍ଯ୍ୟରତ ଏକ ଘରୋଇ ଟିଭି ଚାନେଲ ସାମ୍ବାଦିକ ପୂର୍ଣ ଚନ୍ଦ୍ର ଟାକରିଙ୍କୁ ଛତିଶଗଡ଼ ପୋଲିସ ଲାଥ ଗୋଇଠା ମାରିବା ସହ ତାଙ୍କ ଚାନାଲ ର ବୁମ ଏବଂ ଦୁଇଟି ମୋବାଇଲ ଫୋନ କୁ ଛଡାଇ ନେବା ରୁ ସାମ୍ବାଦିକ ଟାକ୍ରୀ ଚନ୍ଦାହାଣ୍ଡି ଥାନା ରେ ଛତିଶଗଡ଼ ପୋଲିସ ବିରୁଦ୍ଧରେ ଲିଖିତ ଅଭିଯୋଗ ଦେଇ ଦୁଇଦିନ ବିତି ଯାଇଥିଲେ ମଧ୍ୟ ଚନ୍ଦାହାଣ୍ଡି ପୋଲିସ ଏଯାଏଁ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ କରି ଆଜି ଏହି ଧାରଣା ଦେଇଛନ୍ତି । ପୋଲିସ କୌଣସି ପଦକ୍ଷେପ ନେଇନଥିବା ବେଳେ ଏ ପର୍ଯ୍ୟନ୍ତ ଦିଆଯାଇଥିବା ଏତେଲକୁ ପଞ୍ଜିଜିକରଣ ମଧ୍ୟ କରିନଥିବା ଜଣାପଡ଼ିଛି l ପୂର୍ଣ୍ଣ ଟକାରୀ ଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେମାନେ ଧାରଣା ରୁ ଉଠିବେ ନାହିଁ ବୋଲି ଜିଦ ଧରି ବସିବା ସହ ଛତିଶଗଡ଼ ପୋଲିସ ପୀଡିତ ସାମ୍ବାଦିକ ଙ୍କ ବୁମ ଏବଂ ମୋବାଇଲ ଫେରାଇବା ପାଇଁ ସେମାନେ ଦାବି କରିଛନ୍ତି l ଗୋଟିଏ ପଟେ ସାମ୍ବାଦିକ ମୋବାଇଲ ରେ ଉତୋଳନ କରି ଥିବା ଭିଡିଓ କୁ ମୋବାଇଲ ରୁ ଡିଲିଟ କରିବା ପାଇଁ ଓଡିଶା ଛତିଶଗଡ ପୋଲିସ ପ୍ରଶାସନ ଚାପ ପକାଉ ଥିବା ରୁ ଏହି ଭିଡିଓ ରେ କଣ ଉତ୍ତୋଳନ କରାଯାଇଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଏହାକୁ ନେଇ ଉଭୟ ରାଜ୍ୟର ପୋଲିସ ଏତେ ଗୁରୁତ୍ୱ ଦେବାର କାରଣ କଣ ବୋଳି ବରିଷ୍ଠ ସାମ୍ବାଦିକ ପି ପ୍ରକାଶ, କିଶୋର ପଟ୍ଟନାୟକ , ମହମ୍ମଦ ହୁସେନ, ପ୍ରଶ୍ନ କରିଛନ୍ତି l ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାମ୍ବାଦିକ ମହଲ ରେ ଦାବୀ କରାଯାଇଛି l ପ୍ରକାଶ ଥାଉକି ଗତ ରବିବାର ଦିନ ୧୨ଘଣ୍ଟା ସମୟ ରେ ଛତିଶଗଡ଼ ଅମଲିପଦର ଥାନା ର ୭ଜଣ ପୋଲିସ କର୍ମଚାରୀ ବେନିୟମ ଭାବରେ ଓଡିଶା ଭିତରେ ଥିବା କୋଇଲିମୁଣ୍ଡା ଢ଼ାବା ରେ ପ୍ରବେଶ କରି ଢ଼ାବା ମାଲିକ ଙ୍କୁ ଧମକ ଚମକ ଦେଉ ଥିବା ଖବର ପାଇ ଖବର ସଂଗ୍ରହ କରିବା ପାଇଁ ସାମ୍ବାଦିକ ପୁର୍ଣଚନ୍ଦ୍ର ଟାକ୍ରୀ ସେଠାକୁ ଯାଇ ଥିଲେ ତାଙ୍କ ମୋବାଇଲ ରେ ଭିଡିଓ ଉତୋଳନ କରିବା କୁ ନେଇ ଛତିଶଗଡ ପୋଲିସ ତାଙ୍କୁ ନାଳି ଆଖି ଦେଖାଇବା ସହ ଲାଥ ଗୋଇଠା, ମାଡ଼ ମାରି ତାଙ୍କ ବୁମ ଏବଂ ଦୁଇଟି ମୋବାଇଲ ଛଡାଇ ନେବା ସହ ତାଙ୍କ ସାଙ୍ଗରେ ଯାଇ ଥିବା ସୁରଜ ବଗର୍ତ୍ତୀ ନାମକ ଯୁବକ କୁ ଉଠାଇ ନେଇ ଥିଲା । ଖବର ଟି ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇ ଥିଲେ ଏଯାଏଁ ପୋଲିସ କିଛି କରୁନଥିବା ଅଭିଯୋଗ ହୋଇଛି।ଏହାପୂର୍ବରୁ ଆଜି ନବରଙ୍ଗପୁର ଡବ୍ଲୁଯେୟୁ ସଂଘ ପକ୍ଷରୁ ସଭାପତିଙ୍କ ନେତୃତ୍ୱରେ ଉପସଭାପତି କିଶୋର ପଟ୍ଟନାୟକ, ସମ୍ପାଦକ ଏ ସତୀଶ, କୋଷାଧ୍ୟକ୍ଷ ରବି ପଟ୍ଟନାୟକ, କୁନା ପାତ୍ର,ସ୍ୱାଧୀନ ପଣ୍ଡା,ଶ୍ରୀଧର ପାତ୍ର, କୋରେଶ ଉପାଶୀ, ଦେବୀ ପଟ୍ଟନାୟକ, ନବ ବିଶୋଇ ଈଶ୍ୱର ରାଓ ପ୍ରମୁଖ ଉପସ୍ଥିତ ରହି ନବରଙ୍ଗପୁର ଅତିରିକ୍ତ ଏସ୍ପି ଙ୍କୁ ଭେଟି ଏକ ଲଖିତ ଦାବିପତ୍ର ଦେଇ ତୁରନ୍ତ ଛତିଶଗଡ଼ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସାମ୍ବାଦିକ ପୂର୍ଣ ଟାକାରୀ ଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି । ଥାନା ଆଗରେ ଧାରଣା ରେ ଅନ୍ୟ ମାନଙ୍କ ମଧ୍ୟ ରେ ଈଶ୍ୱର ରାଓ, ଜିମି ଘଣ୍ଟ,, ସଂଜୀବ ଯାନୀ,କାହ୍ନୁ ନଦିଆ, କୋରେଶ ଉପାସି, ମନୋଜ ନାୟକ, ମନୋଜ କୁମାର ପାଣ୍ଡି, ବିକାଶ ସୁଆର, ଅର୍ଜୁନ ଚଣ୍ଡି, ବାସୁଦେବ ସୁନା ପ୍ରମୁଖ ସାମ୍ବାଦିକ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ