ଡିସେମ୍ବର ୨୦୨୫ ଶେଷ ସୁଦ୍ଧା ସମସ୍ତେ ଘରବାରି ପଟ୍ଟା ପାଇବେ, ମୁଁ ଶେଷରେ ମୋ ପଟା ନେବି: ଭଞ୍ଜନଗର ବିଧାୟକ

ଜଗନ୍ନାଥ ପ୍ରସାଦ,(ନିରାକାର ସାହୁ): ଜଗନ୍ନାଥ ପ୍ରସାଦ ଅନ୍ନପୂର୍ଣା କଲ୍ୟାଣ ମଣ୍ଡପ ରେ ବସୁନ୍ଧରା ଓ ଘରବାରି ଗ୍ରାମକଣ୍ଟ ପଟା ବଣ୍ଟନ କାର୍ଯ୍ୟକ୍ରମ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ଅନୁଷ୍ଠିତ ହୋଇ ଯାଇଛି। ଓଡ଼ିଶା ସରକାର ଙ୍କ ମାନ୍ୟବର ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ କୁମାର ପୂଜାରୀ ମୂଖ୍ୟ ଅତିଥି ରୁପେ ଯୋଗ ଦେଇ ୨୦୦ ଜଣ ହିତାଧୀକାରୀ ଙ୍କୁ ଘରବାରି ଗ୍ରାମକଣ୍ଟ ପଟା ଓ ବସୁନ୍ଧରା ଯୋଜନା ରେ ୪୬ ଜଣଙ୍କୁ ଭୂମି ପଟା ବଣ୍ଟନ କରିଥିଲେ। ଗୃହ ର ପଟା ଟିଏ ପାଇବା ପାଇଁ ବହୁତ କଷ୍ଟ ର ଶିକାର ହେଉଥିବା ହିତାଧିକାୀମାନେ ଏବେ ସୁବିଧାରେ ନିଜ ଭୂମି ର ପଟା ପାଇପାରିବେ, ଡିସେମ୍ବର ମାସ 2025 ମସିହା ସୁଦ୍ଧା ସମସ୍ତେ ଗ୍ରାମକଣ୍ଟ ପଟା ପାଇବେ, ଭୂମିହୀନ ଙ୍କୁ ବସୁନ୍ଧରା ଯୋଜନା ରେ ସାମିଲ କରାଯିବା ସହ ଆବାସ ଯୋଜନା ରେ ଅନୁଦାନ ଅର୍ଥ ପ୍ରଦାନ, ମାଗଣା ବିଜୁଳି ଓ ପାନୀୟ ଜଳ ଯୋଗାଣ କରା ଯିବ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପୁଜାରୀ କହିଥିଲେ ଓ ବିକଶିତ, ସମୃଦ୍ଧ, ସଶକ୍ତ ଓଡ଼ିଶା ଗଠନ ହୋଇ ପାରିବ। ଜଗନ୍ନାଥ ପ୍ରସାଦ ତହସିଲଦାର ଅରୁଣ କୁମାର ମୁଦୁଲି ଜମି ପଟ୍ଟା ପ୍ରସ୍ତୁତ କାର୍ଯ୍ୟ କମ ଦିନରେ କରୀ ପାରିଥିବା ଯୋଗୁଁ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରୀ ତାଙ୍କୁ ସାଧୁବାଦ ଜଣାଇବା ସହ ଭୂୟସୀ ପ୍ରଶଂସା କରିଥିଲେ, ଓ ସମସ୍ତ ଙ୍କ ଜମୀ ପଟା ପ୍ରସ୍ତୁତ ରେ ତହସିଲଦାର ଙ୍କୁ ସହାୟତା କରିବା ପାଇଁ ଜିଲ୍ଲାପାଳ ଓ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କୁ କହିଥିଲେ। ସମ୍ମାନୀତ ଅତିଥି ରୁପେ ମାନ୍ୟବର ଭଞ୍ଜନଗର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇ କହିଥିଲେ ଯେ ମୋର ଭି ଗ୍ରାମକଣ୍ଟ ପଟା ନାହିଁ ଓ ମୋ ନିର୍ବାଚନ ମଣ୍ଡଳୀ ର ସବୁ ହିତାଧିକାରି ଗ୍ରାମକଣ୍ଟ ପଟା ପାଇବା ପରେ ଶେଷରେ ମୁଁ ଗ୍ରାମକଣ୍ଟ ପଟା ନେବି ବୋଲି କହିଥିଲେ। ଅନ୍ୟତମ ଅତିଥି ରୂପେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରା, କନ୍ଧମାଳ ସାଂସଦ ପ୍ରତିନିଧି ମହେନ୍ଦ୍ର କୁମାର ପଣ୍ଡା, ଜଗନ୍ନାଥ ପ୍ରସାଦ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଜୟଶ୍ରୀ ସାହୁ, ମଞ୍ଚାସିନ ଥିଲେ। ତହସିଲଦାର ଅରୁଣ କୁମାର ମୁଦୁଲି, ଜଗନ୍ନାଥ ପ୍ରସାଦ ବିଡିଓ ମନ୍ମଥ ନାଥ ମଲ୍ଲିକ,
ଘୁମୁସର ଜିଲ୍ଲା ବିଜେପି ସଭାପତି ନୀଳମାଧବ ପାତ୍ର, ଭଞ୍ଜନଗର ଏନଏସି ପାଇଁ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ବରିଷ୍ଟ ଆଇନଜୀବୀ ସନ୍ତୋଷ କୁମାର ତିଆଡି, ଭଞ୍ଜନଗର ବ୍ଲକ ପାଇଁ ସାଂସଦ ଙ୍କ ପ୍ରତିନିଧି ସାମ୍ବାଦିକ ରବୀନ୍ଦ୍ର କୁମାର ଗୌଡ଼ , ପ୍ରଦିପ କୁମାର ସାହୁ, ଧୋବା ଗୌଡ଼,ଜଗନ୍ନାଥ ପ୍ରସାଦ ବିଜେପି ମଣ୍ଡଳ ସଭାପତି ସରୋଜ କୁମାର ନାୟକ, ଜଗନ୍ନାଥ ପ୍ରସାଦ ଓକିଲ ସଂଘ ସଭାପତି ନୀଳାଞ୍ଚଳ ଖିଲାର,ନୀଳାଞ୍ଚଳ ସାହୁ, ସମେତ ତହସିଲ ଓ ବ୍ଲକ ର କର୍ମଚାରୀ,ଓ ବହୁ ନେତୃସ୍ଥାନୀୟ ବ୍ୟକ୍ତି ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ