ଛତୁଆ ନିର୍ମାଣ କେନ୍ଦ୍ର ପରିଦର୍ଶନ କଲେ ମହିଳା ଶିଶୁ ବିକାଶ ଅଣ୍ଡର ସେକେଟ୍ରି
ଗଂଜାମ , (ଯୁଗାବ୍ଦ ନ୍ୟୁଜ) : ଗଂଜାମ ବ୍ଲକ ଅନ୍ତର୍ଗତ କାଇଞ୍ଚପୁର ଠାରେ ଥିବ ମା ଘଟଗାଁ ତାରିଣୀ ମହିଳା ସ୍ୱୟଂ ସାହିକା ଗୋଷ୍ଠୀ ଦ୍ଵାରା ନିର୍ମାଣ କରାଯାଉଥିବା ଛତୁଆ କେନ୍ଦ୍ର ପରିଦର୍ଶନ କରିଛନ୍ତି ମହିଳା ଶିଶୁ ବିକାଶ ଅଣ୍ଡର ସେକେଟ୍ରି କାଶୀନାଥ ମହାପାତ୍ର । ସେ ସମସ୍ତ କାଗଜପତ୍ର ଯାଞ୍ଚ କରିଥିଲେ । ଛତୁଆ ନିର୍ମାଣ କରାଯାଉଥିବା ସମସ୍ତ ମେସିନ, ବେବହାର ହେଉଥିବା କଞ୍ଚାମାଲ , ଓ ପାରିପାରିକ ପରିସ୍ଥିତି ଟିକନିଖ କରିଦେଖି ଥିଲେ । ପ୍ରପଲି ଷ୍ଟକ ରେଜିଷ୍ଟ୍ରର ମେଣ୍ଟେଇନ କରିବା, ଓଜନ , ମେସିନିଆରୀ ଠିକ ଭାବେ ବେବହାର କରିବା, ବିଶେଷକରି ହାଇଜେନିକ କଣ୍ଡିସନ ରଖିବାକୁ ତଗିତ କରିଥିଲେ ,। ଏହି ପରିଦର୍ଶନ ସମୟ ରେ ଗଂଜାମ ତହସିଲଦାର ଅବନୀକୁମାର ସାହୁ , ଗଂଜାମ ସି. ଡି.ପି.ଓ କ୍ରିଷ୍ଣା କୁମାରୀ ନନ୍ଦ, ମିଶନଶକ୍ତି ବି.ପି.ସି ଚନ୍ଦନ କୁମାର ପାଢୀ, ସମସ୍ତ ଅଞ୍ଚଳ ପରିଦର୍ଶିକା ଉପସ୍ଥିତ ଥିଲେ ।