ଛତୁ ଚାଷ ତାଲିମ ଶିବିର ଅନୁଷ୍ଠିତ

ଆର.ଉଦୟଗିରି,(ଦେବାଶିଷ କାର୍ଜି):ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆତ୍ମ ନିର୍ଭର ଶିଳ କରିବା ପାଇଁ ମିଶନ ଶକ୍ତି ଆନୁକୂଲ୍ୟରେ ଉଦ୍ୟାନ ବିଭାଗ ସହାୟତାରେ ଆର.ଉଦୟଗିରିରେ ଥିବା ସହକାରୀ ଉଦ୍ୟାନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଛତୁ ଚାଷର ତାଲିମ ପ୍ରଦାନ କରାଯାଇଛି | ଏହି ତାଲିମ ଶିବିରରେ ଆର.ଉଦୟଗିରି , ମୋହନା ଓ ନୂଆଁଗଡ଼ ଏହି ତିନୋଟି ବ୍ଲକର ମହିଳା ସ୍ୱୟଂ ସହାୟକ ଗୋଷ୍ଠିମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ଏହି କାର୍ଯ୍ୟକ୍ରମ ସାତ ଦିନକୁ ନେଇ ଦୁଇଟି ପର୍ଯ୍ୟାୟରେ ତାଲିମ ପ୍ରଦାନ କରାଯିବ | ତେବେ ପ୍ରଥମ ପର୍ଯ୍ୟାୟରେ ଚାରି ଦିନ ଓ ଦ୍ୱିତୀୟ ପର୍ଯ୍ୟାୟରେ ତିନିଦିନ ଏହି ତାଲିମ ହେବାକୁ ଥିବାବେଳେ ଏଥିରେ ମହିଳା ମା ମାନଙ୍କୁ ଛତୁ ଚାଷର ପ୍ରଣାଳୀ ଓ ଏହି ଚାଷ କରିବା ଦ୍ୱାରା ଚାଷି କିପରି ଅଳ୍ପ ପରିଶ୍ରମ ଓ ସ୍ୱଳ୍ପ ଅର୍ଥ ଖର୍ଚ୍ଚରେ ଲାଭବାନ ହୋଇପାରିବ ସେ ଦିଗରେ ମହିଳା ମାନଙ୍କୁ ତାଲିମ ପ୍ରଦାନ କରିଥିଲେ ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଉଦ୍ୟାନ ଉପନିର୍ଦେଶକ -କେ ସୁଦର୍ଶନ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛତୁ ଚାଷର ପ୍ରଣାଳୀ ଉପରେ ମହିଳା ମାନଙ୍କୁ ବୁଝାଇଥିଲେ ସମ୍ମାନୀୟ ଅତିଥିଭାବେ ପ୍ରଶାନ୍ତ କୁମାର ପାତ୍ର ଯୋଗ ଦେଇଥିବାବେଳେ ନୂଆଁଗଡ଼ ସହକାରୀ ଉଦ୍ୟାନ ଅଧିକାରୀ -ମହେନ୍ଦ୍ର ପ୍ରସାଦ ଦାସ , ଆର.ଉଦୟଗିରି ସହକାରୀ ଉଦ୍ୟାନ ଅଧିକାରୀ ମନୋଜ କୁମାର ମଲ୍ଲିକ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶେଷରେ ମୋହନା ଉଦ୍ୟାନ ଅଧି ଦର୍ଶନ -କରୁଣାକର ପାଇକ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ