ଛତ୍ରପୁରରେ ଆକାଂକ୍ଷା ଅଭିପ୍ସା ଶୈକ୍ଷିକ କାର୍ଯ୍ୟକ୍ରମ
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍) : ପବିତ୍ର ଗଣେଷ ଚତୁର୍ଥୀ ଅବସରରେ ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମେଗା ଓ ପ୍ରତିଭା ଆବାସିକ ମହାବିଦ୍ୟାଳୟ ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକ ନିଆରା ଢଙ୍ଗରେ ଛାତ୍ରଛାତ୍ରୀ ମାନଙ୍କ ନେଇ ଆକାଂକ୍ଷା ଅଭିପ୍ସା ଶୈକ୍ଷିକ କାର୍ଯ୍ୟକ୍ରମ ଓମେଗା ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠାନର ନିର୍ଦ୍ଦେଶକ ଚିନ୍ମୟ କୁମାର ଦାଶଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥୀ ଭାବେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତୀ କାମନା କରିବା ସହ ଛାତ୍ରଛାତ୍ରୀ ମାନେ ସୁନାଗରିକ ହେବାକୁ ଆହ୍ୱାନ ଦେଇଥିଲେ । ପାଠପଢି ଉଚିତ ଶିକ୍ଷା ଲାଭ କଲେ ସେଥିରୁ କିଏ ଭାଗ ନେଇପାରିବ ନାହିଁ । ସଫଳତାର ମୂଳ ଲକ୍ଷ୍ୟ ହେଉଛି ଶୃଙ୍ଖଳିତ ହେବ ବୋଲି ଶ୍ରୀ ସାହୁ କହିଥିଲେ । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଶିକ୍ଷା ବିକାଶ କରିଆସୁଛନ୍ତି । ଶିକ୍ଷାର ଉନ୍ନତୀ ସକାଶେ ବହୁ ଯୋଜନା ମାନ କରି ଚାଲିଛନ୍ତି । ରାଜ୍ୟରେ ଜଣେ ବି ଅଭାବୀ ଅନୁଭବ ନକରି ପାଠ ପଢିବା ନିମନ୍ତେ ସମସ୍ତ ବର୍ଗରେ ସରକାରଙ୍କ ପକ୍ଷରୁ ମାଗଣା ଶିକ୍ଷା ବ୍ୟବସ୍ଥା କରାଯାଇଛି । ୧୯୯୯ ପୂର୍ବରୁ ଦେଶରେ ଶିକ୍ଷା କ୍ଷେତ୍ରରେ ଓଡିଶା ସପ୍ତମ ସ୍ଥାନରେ ଥିବା ବେଳେ ଏବେ ଚତୁର୍ଥ ସ୍ଥାନରେ ରହିଛି । ପୂର୍ବରୁ ରାଜ୍ୟରେ ୩ଟି ମେଡିକାଲ କଲେଜ ଥିବା ବେଳେ ଏବେ ୧୦ଟି ମେଡିକଲା କଲେଜ ସ୍ଥାପନ କରାଯାଇ ୩ହଜାର୨ଶହ ଡାକ୍ତରୀ ଛାତ୍ର ଶିକ୍ଷା ଲାଭ କରୁଛନ୍ତି । ମୁଁ ମୋର ନିର୍ବାଚନ ମଣ୍ଡଳୀର ଶିକ୍ଷାର ବିକାଶ ନିମନ୍ତେ ଅହରହ ଉଦ୍ୟମ କରିଆସୁଛି ଏବଂ ବ୍ୟକ୍ତିଗତ ହିସାବରେ ଗରୀବ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢିବା ନିମନ୍ତେ ସାହାର୍ଯ୍ୟ କରୁଛି ବୋଲି ପୋଲସରା ବିଧାୟକ ଶ୍ରୀ ସାହୁ ନିଜ ଅଭିଭାଷଣ ରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ । ମୁଖ୍ୟ ବକ୍ତା ଭାବେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ଉପନିର୍ଦ୍ଦେଶକ ଡଃ.କୂଳମଣି ଓଝା ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଭଲ ମଣିଷ ଟିଏ ହେବା ନିମନ୍ତେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥୀ ଭାବେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍. ଧନଜଂୟ ରେଡ୍ଡୀ ଓ କ୍ୟୁୟସ୍ ଅନୁଷ୍ଠାନ ସଂପାଦକ ଅରୁଣ କୁମାର ଶତପଥୀ ଯୋଗଦେଇ ଓମୋଗା ଅନୁଷ୍ଠାନ ଗୁଣାତ୍ମକ ଶିକ୍ଷା ଏବଂ ବୈପ୍ଲବିକ ପରିବର୍ତ୍ତନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି ବୋଲି କହିଥିଲେ । ଓମେଗା ଶିକ୍ଷାନୁଷ୍ଠାନ ଓ ପ୍ରତିଭା ଆବାସିକ ମହାବିଦ୍ୟାଳୟ ମୁଦ୍ରା ଦୁଇ ପାଶ୍ୱର୍ ଭଳି ଶିକ୍ଷାର ଉନ୍ନତୀ କ୍ଷେତ୍ରରେ କାର୍ଯ୍ୟ କରୁଛି ବୋଲି ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ପ୍ରଶାନ୍ତ କୁମାର ପଣ୍ଡା ଅନ୍ୟତମ ଅତିଥୀ ଭାବେ ଯୋଗଦେଇ କହିଥିଲେ । ଅନୁଷ୍ଠାନ ପକ୍ଷରୁ ଅତିଥୀମାନଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୈକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବରୁ ଅନୁଷ୍ଠାନର ଛାତ୍ରଛାତ୍ରି ମାନଙ୍କ ଦ୍ୱାରା ହୋଇଥିବା ସାଂସ୍କୃତିକ ଓ କ୍ରିଡା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥୀ ମାନଙ୍କ ଦ୍ୱାରା ପୁରସ୍କାର ବଂଟନ କରାଯାଇଥିଲ।। ଶେଷରେ ଅନୁଷ୍ଠାନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସମ୍ବଲପୂରୀ ଗୃପ ଡ୍ୟାନ୍ସ ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲ।। ନାଟ୍ୟକାର ଭାଗିରଥୀ ପାଣିଗ୍ରାହୀ ନିର୍ଦ୍ଦେଶନା ରେ ‘’ରାମ ରାଜ୍ୟ ସ୍ୱପ୍ନ’’ ନାଟକ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିତ୍ତାକର୍ଷକ ଭାବେ ପରିବେସିତ ହୋଇଥିଲ।। ସମସ୍ତ କାର୍ଯ୍ୟକ୍ରମକୁ ଜାତୀୟ ପୁରସ୍କାର ପ୍ରାପ୍ତ ଯୁବ ସମାଜସେବୀ ଅରୁଣ ଶତପଥୀ ସଂଯୋଜନା କରିଥିବା ବେଳେ ନିର୍ଦ୍ଦେଶକ ଚିନ୍ମୟ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।