ଛତ୍ରପୁରରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସର ଦ୍ୱିତୀୟ ଗୁରୁବାର ଦିନକୁ ବିଶ୍ୱ ଦୃଷ୍ଟି ଦିବସ ରୂପେ ପାଳନ କରାଯାଉଛି । ଏନେଇ ଆଜି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଏବଂ ସାଇଟ୍ ସେଭେରେସ୍ ର ମିଳିତ ଆନୁକୂଲ୍ୟରେ ଓଡ଼ିଶା ପୁଲିସ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନର ସହଯୋଗରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ ହୋଇଯାଇଛି । ଏନେଇ ଏକ ଶୋଭାଯାତ୍ରା ସ୍ଥାନୀୟ ଜିଲ୍ଲାପାଳଙ୍କ ବାସଭବନ ପରିସରରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ବରିଷ୍ଠ ନାଗରିକ, ମର୍ଣ୍ଣିଂ ୱାକ୍ ଷ୍ଟାଫ୍, ପୁଲିସ ହାଇସ୍କୁଲର ଛାତ୍ରଛାତ୍ରୀ, ବୀର ହନୁମାନ କ୍ଲବର ସଭ୍ୟ, ଓମେଗା ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ, ପୁଲିସ କର୍ମଚାରୀ , ଶଙ୍କର ଚିକିତ୍ସାଳୟର ସମସ୍ତ ଅଧିକାରୀ ସାମିଲ୍ ହୋଇ ହାତରେ ପ୍ଲାକାର୍ଡ଼ ଧରି ଅନ୍ଧତ୍ୱ ଦୂରୀକରଣ ଉପରେ ବାର୍ତା ଦେଇ ଚକ୍ଷୁର କିପରି ଯତ୍ନ ନିଆଯିବ ଏବଂ ତାହା ଉପଯୋଗୀ ଉପରେ ଲୋକଙ୍କୁ ସଚେତନତା କରାଇଥିଲେ । ଏହି ଶୋଭାଯାତ୍ରା ଅପର ବସଷ୍ଟାଣ୍ଡ୍ , ମଝି ବଜାର, ରିକ୍କାପଲ୍ଲୀ ଛକ ପରିକ୍ରମା କରି ରିଡ଼ିଂ ରୁମ୍ ଠାରେ ପହଂଚିଥିଲା । ସେଠାରେ ବିଶ୍ୱ ଦୃଷ୍ଟି ଦିବସ ଉପରେ ବିଭିନ୍ନ ବକ୍ତାମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଆଇନ ପରାମର୍ଶଦାତା ବି. ଶ୍ରୀନିବାସ ରାଓ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଡାକ୍ତର ବାସୁରାଜ ସାଇନି, ବରିଷ୍ଠ ପ୍ରଶାସକ ବିଶ୍ୱଜିତ ଦେହୁରୀ, ବି. ପି ସାମଲ, ୟୁଥ୍ ମାସ୍ ସେବା ସଂଘର ସମ୍ପାଦକ ସୟଦ୍ ମୁକ୍ତାର, ଗଞ୍ଜାମ ପୁଲିସ ରିଜର୍ଭ ଇନିସପେକ୍ଟର ଗଙ୍ଗାଧର ଧାଙ୍ଗର, ଓମେଗା ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଚିନ୍ମୟ କୁମାର ଦାଶ, ପୂର୍ବତନ ସାଂସଦ ପ୍ରତିନିଧି ଆୟୁବ ଖାନ୍, ସମାଜସେବୀ ଏ. ରାବଣା ରାଓ, ରାଜେନ୍ଦ୍ର ସାହୁ, ପୁଲିସ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାଗିରଥି ସ୍ୱାଇଁ, ଛତ୍ରପୁର ରୋଟାରୀ କ୍ଲବ୍ ର ସଭାପତି ନିରଞ୍ଜନ ପାତ୍ର, ଆପକୋ ନେଟୱାର୍କର ତାରା ପଣ୍ଡା, କାଳିଆ ବେହେରାଙ୍କ ସମେତ ବହୁ ବୁଦ୍ଧିଜୀବୀ, ମହିଳା, ଛାତ୍ର, ଯୁବକ ମାନେ ଉପସ୍ଥିତ ଥିଲେ ।