ଗୋପାଳପୁର ଡକ୍ ୱାର୍କସ ୟୁନିଅନର ବନ୍ଦର କର୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ

ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍‌) : ଗୋପାଳପୁର ପୋର୍ଟ ଡ଼କ୍ ୱାର୍କସ ୟୁନିଅର ପକ୍ଷରୁ ଶ୍ରମିକ ମାନଙ୍କର ୭ ଦଫା ଦାବି ନେଇ ଗୋପାଳପୁର ବନ୍ଦରକର୍ତୃପକ୍ଷଙ୍କୁ ଏକ ଲିଖିତ ସ୍ମାରାକପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ଗୁଡ଼ିକ ବନ୍ଦର କର୍ତୃପକ୍ଷ ୧୫ ଦିନ ଭିତରେ ପୂରଣ ନକରନ୍ତି ତେବେ ଆସନ୍ତା ୨୫ ତାରିଖ ଦିନ ବନ୍ଦରର ଶ୍ରମିକ ଫାଟକ ପାଶ୍ୱର୍ରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ସ୍ମାରକ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ୧୯୮୭ ମସିହା ଠାରୁ ଆଜି ପର୍ଯ୍ୟନ୍ତ ମେନିଙ୍ଗ୍ ଶ୍ରମିକ ମାନେ ନିଜର ଶ୍ରମ ଦାନ କରି ଗୋପାଳପୁର ବନ୍ଦରକୁ ବଂଚାଇ ଆସିଛନ୍ତି । ମେନିଙ୍ଗ୍ ଶ୍ରମିକ ମାନେ ଗୋପାଳପୁର ବନ୍ଦରର ସର୍ବ ପୁରାତନ ଶ୍ରମିକ ଅଟନ୍ତି ତେଣୁ ସେହି ଶ୍ରମିକ ମାନଙ୍କୁ ଗୁରୁତ୍ୱ ଦେଇ ସେମାନଙ୍କ ସମସ୍ୟାକୁ ସମାଧାନ ତୁରନ୍ତ ବନ୍ଦର କର୍ତୃପକ୍ଷ କରନ୍ତୁ । ଆଜକୁ ପ୍ରାୟ ୯ ମାସ ହେଲା ମେନିଙ୍ଗ୍ ଶ୍ରମିକ ମାନଙ୍କର ଦରମା ବୃଦ୍ଧି ହେଲା ନାହିଁ । ସେମାନେ ଦାବି କରିଛନ୍ତି ମେନିଙ୍ଗ ଶ୍ରମିକ ମାନଙ୍କୁ ମାସିକ ସର୍ବନିମ୍ନ ୨୦ ହଜାର ଟଙ୍କା ଦରମା ପ୍ରଦାନ କରାଯାଉ, ମେନିଙ୍ଗ ଶ୍ରମିକ ମାନଙ୍କୁ ନିଯୁକ୍ତି ପ୍ରମାଣ ପତ୍ର ଦେଇ ପେରୁଲ୍ କର୍ମଚାରୀ ଭାବେ ମାନ୍ୟତା ପ୍ରଦାନ କରନ୍ତୁ, ମେନିଙ୍ଗ୍ ଶ୍ରମିକ ମାନଙ୍କୁ ବିଶ୍ରାମାଗାର, କ୍ୟାଟିନ୍ ସୁବିଧା, ଇନିଫର୍ମ ଓ ସୁରକ୍ଷା ସାମଗ୍ରୀ ପ୍ରଦାନ କରାଯାଉ, ବୟସ ବୃଦ୍ଧି (୪୫)ବର୍ଷ ଘଟିଥିବା ମେନିଙ୍ଗ ଶ୍ରମିକ ମାନଙ୍କୁ ବଦଳି କରି ସେମାନଙ୍କ ପରିବାରବର୍ଗଙ୍କୁ ନିଯୁକ୍ତି କରାଯାଉ ଓ ଆର୍ଜିପଲ୍ଲୀ ପଂଚାୟତର ବିଟେକ୍ , ଡ଼ିପ୍ଲୋମା, ଆଇଟିଆଇ ଏବଂ ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଉଛି । ଏହି ସ୍ମାରକପତ୍ର ପ୍ରଦାନ ବେଳେ ଗୋପାଳପୁର ଡ଼କ୍ ୱାର୍କସ ୟୁନିଅନ୍ ର ସଭାପତି ଜି.ଏରେୟା, ଉପସଭାପତି ଜି. ଜଗନ୍ନାଥ, ସାଧାରଣ ସମ୍ପାଦକ ଜି. ଡ଼ାଲେୟା, ସହ ସଂପାଦକ ଏସ୍‌. କ୍ରିଷ୍ଣା, କୋଷାଧ୍ୟକ୍ଷ ଏସ୍‌. ଗଙ୍ଗାଧରଙ୍କ ସମେତ ବହୁ ଶ୍ରମିକ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ