ଛତ୍ରପୁରର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ପାଳିତ

ଛତ୍ରପୁର (ଦେବଦତ୍ତ ମହାରଣା) ;ଆଜି ହେଉଛି ସୃଷ୍ଟି ନିର୍ମାତା ବିଶ୍ୱକର୍ମାଙ୍କ ପୂଜା । ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା ହେଉଛନ୍ତି ବିଶ୍ୱକର୍ମା । ଏଥିପାଇଁ ସମସ୍ତ ଛୋଟ ଛୋଟ ଶିଳ୍ପ ଅନୁଷ୍ଠାନ ମାନଙ୍କ ଠାରୁ ଆରମ୍ଭ କରି ବଡ ବଡ ଶିଳ୍ପାନୁଷ୍ଠାନ, ଶିଳ୍ପ ତାଲିମ୍ କେନ୍ଦ୍ର ମାନଙ୍କରେ ବିଶ୍ୱକର୍ମାଙ୍କ ପୂଜା ମହା ଆଡମ୍ଭର ସହକାରେ ପାଳନ କରାଯାଇଥାଏ । ଏହା ସହିତ ଶିଳ୍ପୀ କାରିଗର ମାନେ ମଧ୍ୟ ପ୍ରତିବର୍ଷ ଏହି ପୂଜା କୁ ଧୁମ୍ ଧାମ୍ ରେ ପାଳନ କରିଥାନ୍ତି । ଚଳିତ ବର୍ଷ ଛତ୍ରପୁର ର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି । ଗଂଜାମ ରିଜର୍ଭ ପୋଲିସ କାର୍ଯ୍ୟାଳୟ ନିକଟରେ , ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ବିଦ୍ୟୁତ କାର୍ଯ୍ୟାଳୟ, ଜନସ୍ୱାସ୍ଥ୍ୟ ବିଭାଗର ସେକ୍ସନ ଅଫିସ ସମେତ ବିଭିନ୍ନ ସ୍ଥାନରେ ବିଶ୍ୱ ନିର୍ମାତା ବିଶ୍ୱକର୍ମାଙ୍କ ପୂଜା ନିରାଡମ୍ଭର ସହକାରେ ପାଳନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ