ପ୍ରସ୍ତାବିତ ସାମୁଦ୍ରିକ ମାଛ ଧରା ବନ୍ଦର ନିମନ୍ତେ ଚିହ୍ନଟ ହୋଇଥିବା ଅଂଚଳ ବୁଲି ଦେଖିଲେ ମତ୍ସ୍ୟ ବିଭାଗର ରାଜ୍ୟ ନିର୍ଦ୍ଦେଶକ
ଛତ୍ରପୁର (ଦେବଦତ୍ତ ମହାରଣା) ;ରାଜ୍ୟ ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ସ୍ମୃତି ରଂଜନ ପ୍ରଧାନ ଆଜି ଗଂଜାମ ଜିଲ୍ଲା ଗ୍ରସ୍ତରେ ଆସି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହ ଆଲୋଚନା କରିଛନ୍ତି । ପରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନଆର୍ଯ୍ୟପଲ୍ଲୀ ଗ୍ରାମ ନିକଟରେ ହେବାକୁ ଆଧୁନିକ ଧରଣର ପ୍ରାୟ ୩୫୦କୋଟି ବ୍ୟୟରେ ମାଛ ଧରା ବନ୍ଦର (ଫିସିଂ ହାରର୍ବର) ନିମନ୍ତେ ସାଇଡ ସିଲେକ୍ସନ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ । ଏହାସହ ଜଙ୍ଗଲ ଜମି କିସମ ପରିବର୍ତ୍ତନ ସମ୍ବନ୍ଧୀୟ ଏବଂ ଆବ୍ୟକଥିବା ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ପରିଦର୍ଶନ ବେଳେ ନିର୍ଦ୍ଦେଶକଙ୍କ ସହ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ , ଡିଏଫଓ (ବ୍ରହ୍ମପୁର) ଅମ୍ଲାନ ନାୟକ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଜିଲ୍ଲାମତ୍ସ୍ୟ ଅଧିକାରୀ (ଗଞ୍ଜାମ ଜୋନ) ନିମାଇଁ ଚରଣ ବସ୍ତିଆ, ଉପମତ୍ସ୍ୟ ନିର୍ଦ୍ଦେଶକ (ଗଂଜାମ ଜୋନ) ହେମନ୍ତ କୁମାର ଦାଶ, ଅତିରିକ୍ତ ମତ୍ସ୍ୟ ଅଧିକାରୀ (ସାମୁଦ୍ରିକ) ସୁବ୍ରତ କୁମାର ପଟ୍ଟନାୟକ, ସହକାରୀ ମତ୍ସ୍ୟ ଅଧିକାରୀ ବିଶ୍ୱ ଭୂଷଣ ଜେନାଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ସେହିପରି ଗୋପାଳପୁର ମତ୍ସ୍ୟ ଅବତରଣ କେନ୍ଦ୍ରକୁ ମଧ୍ୟ ନିର୍ଦ୍ଦେଶକ ଶ୍ରୀ ପ୍ରଧାନ ବୁଲି ଦେଖିଥିଲେ ।


