ଛତ୍ରପୁରର ସାମୁହିକ ବିକାଶ ନିମନ୍ତେ ଅଣ୍ଟା ଭିଡିଲେ ଓକିଲ ସଂଘ

ଛତ୍ରପୁର  , ( ଯୁଗାବ୍ଦ ନ୍ୟୁଜ୍) :   ଛତ୍ରପୁର ସହରର ସାମୁହିକ ବିକାଶ ନିମନ୍ତେ ଅଣ୍ଟା ଭିଡିଲେ ଛତ୍ରପୁର ଓକିଲ ସଂଘ । ସଂଘ ପକ୍ଷରୁ ଆଜି ଏକ ଜରୁରୀ କାଳୀନ ବୈଠକ ଡକାଯାଇଥିଲ।।  ସଂଘ କାର୍ଯ୍ୟାଳୟରେ ସଂଘର ସଭାପତି କେ.ଶିବାରମ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଛତ୍ରପୁର କେତକ ଗୁଡିକ ମୁଖ୍ୟ ସମସ୍ୟା ଉପରେ ଆଲୋଚନା କରାଯାଇଥିଲ।।   ଛତ୍ରପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ତୁରନ୍ତ ଖୋଲାଯାଉ । ପ୍ରଶାସନ ଜାଣିଶୁଣି ଏହାକୁ କରାଇଦେଉନାହିଁ ବୋଲି ଆଇନଜିବୀ ପ୍ରଦୀପ କୁମାର ପାଢୀ ନିଜ ବକ୍ତବ୍ୟ କହିଥିଲେ । ଏହାକୁ ସମସ୍ତେ ସମର୍ଥନ କରିଥିଲେ ।ତେଣୁ ଜୁଲାଇ ମାସରେ ଏହା କାର୍ଯ୍ୟକାରୀ କରିବା ନିମନ୍ତେ ଦାବୀ କରାଯାଇଥିଲା । ଛତ୍ରପୁର ଠାରେ ସମସ୍ତ ସୁପରଫାଷ୍ଟ ଟ୍ରେନ ରହଣୀ, ପନିପରିବାର ବ୍ୟବସାୟୀ ମାନଙ୍କ ଉଠା ଦୋକାନୀ ମାନଙ୍କ ନିମନ୍ତେ ଭ୍ୟାଣ୍ଡିଂ ଜୋନ କରିବା , ଟ୍ରାଫିକ ସମସ୍ୟା ଦୂରକରିବା, ଛତ୍ରପୁର ଏନଏସି କୁ ମୁନିସିିପାଲଟି ମାନ୍ୟତା ଦେବା,  ଛତ୍ରପୁର ଚିକିତ୍ସାଳୟ କୁ ଜିଲ୍ଲା ଚିକିତ୍ସାଳୟ ମାନ୍ୟତା ଦେବା , ଆବଶ୍ୟକୀୟ ଅନୁଯାୟୀ ସମସ୍ତ ଡାକ୍ତର ଏବଂ କର୍ମଚାରୀ ପଦବୀ ପୂରଣ କରିବା, ଡାକ୍ତର ମାନେ ହେଡକ୍ୱାଟରରେ ରହିବା ଉପରେ ଆଇନଜିବୀ ବି.ଶ୍ରୀନିବାସ ରାଓ କହିଥିଲେ । ସେହିପରି ଛତ୍ରପୁର ରିକାପଲ୍ଲୀ ଛକରେ ହେଉଥିବା ହାଟ କୁ ସ୍ଥାନାନ୍ତର କରିବା, ମାଛ କିମ୍ବା ମାଂସ ଦର ନିର୍ଦ୍ଧାରିତ ବୋର୍ଡ ଦୋକାନୀ ଲଟକାଇବା, ଆହୁରୀ ୨/୩  ଓପେନ୍ ଜିମ୍ ଖୋଲିବା,  ଛତ୍ରପୁର ଠାରେ ଔଷଧୀ ଉଦ୍ୟାନ ଗାର୍ଡେନ କରିବା,  ଅତିରିକ୍ତ ଏସପିଙ୍କ ବାସଭବନ ନିକଟରେ ଥିନା ସିନିୟର ସିଟିଜେନ କାର୍ଯ୍ୟାଳୟରେ ଲାଇବ୍ରେରୀ ର ବ୍ୟବସ୍ଥା କରିବା ଉପରେ ଅପରବସଷ୍ଟାଣ୍ଡ ବଣିକ ସଂଘର ସଭାପତି ତଥା ପୂର୍ବତନ କାଉନସିଲର ବି.ରାଜୁବାବୁ କହିଥିଲେ ।  ଛତ୍ରପୁର ନିକଟ କାଳିଢାବା ଠାରୁ ଉଜ୍ୱଳେଶ୍ୱରୀ ପର୍ଯ୍ୟନ୍ତ  ଓଭରବ୍ରିଜ୍ ନିର୍ମଣା କରିବା ସହ ଛତ୍ରପୁର ସହର ବିଭିନ୍ନ ସମସ୍ୟା ଉପରେ ପୂର୍ବତନ ନଗରପାଳ ତଥା ପୂର୍ବତନ ଓକିଲ ସଂଘର ସଭାପତି ରାମଚନ୍ଦ୍ର ବେହେରା କହିଥିଲେ । ଏହାସହ ଛତ୍ରପୁର ନାଗରିକ କମିଟି ର ସଭାପତି ଗୋକୁଳ ଚନ୍ଦ୍ର ପଣ୍ଡା   ପରିମଳ  ବ୍ୟବସ୍ଥା ସୁଧାର ଆଣିବା, ମାଙ୍କଡ ଉପଦ୍ରବ ରୋକିବା ଏବଂ ପୁରୁଣା ବସଷ୍ଟାଣ୍ଡ ସମସ୍ତ ସିଟିବସ ଆଣିବା ଉପରେ କହିଥିଲେ । ମଝିବଜାର ବଣିକ ସଂଘର ସଭାପତି କିଶୋର ଚନ୍ଦ୍ର ସେନାପତି, ରିକାପଲ୍ଲୀ ବ୍ୟଘ୍ରଦେବୀ ବଣିକ ସଂଘ ସଭାପତି ଲକ୍ଷ୍ମୀନାରାୟଣ ପଣ୍ଡା,  ବଜାର ବଣିକ ସଂଘର ସଭାପତି ପ୍ରଫୁଲ କୁମାର ସେନାପତି ,  ରୋଟାରୀୟନ ପ୍ରଫୁଲ କୁମାର ପଟ୍ଟନାୟକ କେନ୍ଦ୍ରୀୟ ବିଦ୍ୟାଳୟ ଠାରୁ ଆରମ୍ଭ ଟ୍ରେଡ ଲାଇସେନ୍ସ ବିଭିନ୍ନ ସାମୁହିକ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଓକିଲ ସଂଘର ଉପସଭାପତି ସନ୍ତୋଷ କୁମାର ପଶୁପାଳକ, ସପାଦକ ଏସ୍.ଶ୍ୟାମ ରାଓ,  ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ ଓ କାଳି ପ୍ରସାଦ ଦାସ, ଆଇନଜିବୀ ରାମକୃଷ୍ଣ ଦାସ, ସୂର୍ଯ୍ୟରେଡ୍ଡୀ, ମୋହନ ରେଡ୍ଡୀ, ପ୍ରମୋଦ କୁମାର ପୁରୋହିତ, ରାଜେନ୍ଦ୍ର ସେନାପତିଙ୍କ ସମେତ ସମସ୍ତ ବ୍ୟବସାୟୀ ସଂଘର କର୍ମକର୍ତ୍ତା, ସମାସେବୀ , ଏବଂ ଆଇନଜିବୀ ମାନେ ଉପସ୍ଥିତ । ଆସନ୍ତାକାଲି ଶନିବାର ଦିନ  ମୁଖ୍ୟତଃ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ଠାରୁ ବିଭିନ୍ନ ସାମୁହିକ ସମସ୍ୟା ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କ ଏକ ଦାବି ପତ୍ର ପ୍ରଦାନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ