ଛତ୍ରପୁର ଅଗ୍ନିଶ୍ରମ ବିଭାଗକୁ ମିଳିଲା ଆଇଏସଓ ସାର୍ଟିଫିକେଟ
ଛତ୍ରପୁର, (ଦେବଦତ୍ତ ମହାରଣା) : ବ୍ରହ୍ମପୁର ରେଞ୍ଜ ର ଛତ୍ରପୁର ଅଗ୍ନିଶ୍ରମ ବିଭାଗ କୁ ମିଳିଛି ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ୍ ସାର୍ଟିଫିକେଟ । ଲୋକଙ୍କୁ ଉତ୍ତମ ସେବା ଓ ଉତ୍ତମ ଭିତ୍ତିଭୂମି ଯୋଗାଇ ଦେଉଥିବାରୁ ଛତ୍ରପୁର ଅଗ୍ନିଶ୍ରମ ବିଭାଗକୁ ଏହି ସାର୍ଟିଫିକେଟ ମିଳିଥିବା ନେଇ ସୂଚନା ଦେଇଛନ୍ତି ଆସିଷ୍ଟାଣ୍ଟ ଫାୟାର ଅଫିସର ବିଶ୍ୱଜିତ ମହାନ୍ତି । ଲୋକଙ୍କ ଧନଜୀବନକୁ ସୁରକ୍ଷା ଦେବା ସହ କରୋନା ମହାମାରୀ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ନେଇ ଛତ୍ରପୁର ଅଗ୍ନିଶ୍ରମ ବିଭାଗକୁ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଛି । ସେହିପରି ବିଭିନ୍ନ ବିପର୍ଯ୍ୟୟ ସମୟରେ ଲୋକଙ୍କ ସୁରକ୍ଷା ନିମନ୍ତେ ଛତ୍ରପୁର ଅଗ୍ନିଶ୍ରମ ବିଭାଗ ଉତ୍ତମ କାର୍ଯ୍ୟ ପ୍ରଦର୍ଶନ କରି ଲୋକଙ୍କ ପ୍ରିୟ ଭାଜନ ହୋଇପାରିଥିଲା । ପ୍ରଥମ ପର୍ଯ୍ୟାୟରେ ୪ ଟି କାର୍ଯ୍ୟାଳୟକୁ ଏହି ସାର୍ଟିଫିକେଟ ମିଳିଥିବା ବେଳେ ସେଥି ମଧ୍ୟରୁ ଛତ୍ରପୁର ଅଗ୍ନିଶ୍ରମ ବିଭାଗକୁ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ଏହି ସାର୍ଟିଫିକେଟ ମିଳିବା ପରେ ଅଂଚଳବାସୀ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କୁ ସାଧୁବାଦ ଜଣାଇଛନ୍ତି ।