ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ପାଇଁ ତାଲିମ ଶିବିର
ଛତ୍ରପୁର, (ଦେବଦତ୍ତ ମହାରଣା) : ସମଗ୍ର ଶିକ୍ଷା ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଗଣେଷ ବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟ ପରିସରରେ ୨୦ ଜଣ ଶାରିରୀକ ମସ୍ତିସ୍କ ପକ୍ଷାଘାତ ଓ ୨୦ ଜଣ ବାକ୍ ବାଧିତ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ନେଇ ୩ ଦିନ ଧରି ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ରଙ୍ଗେଇଲୁଣ୍ଡା ବ୍ଲକର ଗୋଷ୍ଠୀ ସମ୍ବଳ ଶିକ୍ଷୟତ୍ରୀ ବିଦୂଶା ମିଶ୍ର, ପୁରୁଷୋତ୍ତମପୁର ବ୍ଲକର ଅଜୟ କୁମାର ସାହୁ, ପୋଲସରା ବ୍ଲକର ଉପେନ୍ଦ୍ର ସେଠୀ, ଗଞ୍ଜାମ ବ୍ଲକର ଗୋଷ୍ଠୀ ସମ୍ବଳ ଶିକ୍ଷକ ବିଜୟ କୁମାର ବେହେରା ତାଲିମ ପ୍ରଦାନ କରିଥିଲେ । ବିଭିନ୍ନ ଉପକରଣ ଓ କୌଶଳମାନ ପ୍ରୟୋଗ ମାଧ୍ୟମରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କର ଅବସ୍ଥାରେ କିପରି ଉନ୍ନତି ହୋଇପାରିବ ସେ ସମ୍ପର୍କରେ ପ୍ରଶିକ୍ଷକଗଣ ତାଲିମ ଦେବା ସହ ଉପସ୍ଥିତ ପିତାମାତା ମାନଙ୍କୁ ତାଲିମର ଉପକାରିତା ବିଷୟରେ ବୁଝାଇଥିଲେ । ଛତ୍ରପୁର ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ନୃସିଂହ ଚରଣ ମିଶ୍ର ପ୍ରଦୀପ ପ୍ରଜ୍ଜଳନ କରି ଶିବିରକୁ ଉଦଘାଟନ କରିଥିଲେ । ଗୋଷ୍ଠୀ ଶିକ୍ଷାଧିକାରୀ ଅବିନାଶ ଶତପଥି ତାଲିମ ଶିବିର ପରିଦର୍ଶନ କରି ଅଭିଭାବକ ମାନଙ୍କୁ ନୂତନ ଦିଗଦର୍ଶନ ଦେଇଥିଲେ । ସିଆରସିସି ରୀତା ରଥ ଉପସ୍ଥିତ ଥିଲେ । ଅନ୍ତଃର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ମାନେ ସହ ଯୋଗ କରିଥିଲେ । ଗୋଷ୍ଠୀ ସମ୍ବଳ ଶିକ୍ଷକ ଅଶ୍ୱିନୀ କୁମାର ପାଇକରାୟ ଓ ଦୀପାଞ୍ଜଳି ମହାନ୍ତି ତାଲିମ ଶିବିରକୁ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ କୁସୁମ ପ୍ରଭା ମିଶ୍ର ସହ ଯୋଗ କରିଥିଲେ ।


