ଛତ୍ରପୁର ଉପଖଣ୍ଡସ୍ତରୀୟ ଅବକାରୀ; ରାଜସ୍ୱ ବିଭାଗ ର ମିଳିତ ବୈଠକ

ଛତ୍ରପୁର,(ଦେବଦତ୍ତ ମହାରଣା) : ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡ ସ୍ତରୀୟ ଅବକାରୀ ବିଭାଗର ମିଳିତ ସମୀକ୍ଷା ବୈଠକରେ ରାଜସ୍ବ, ଅବକାରୀ ଏବଂ ଆରକ୍ଷୀ ଅଧିକାରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ମିଳିତ ଚଢ଼ାଉ ସହ ବେଆଇନ ମଦ ଏବଂ ଅନ୍ୟାନ୍ୟ ନିଶା ଦ୍ରବ୍ୟ ବିକ୍ରି ଉପରେ କାର୍ଯ୍ୟାନୁଷ୍ଠାନ କରିବା ନିମନ୍ତେ ଶ୍ରୀ ପୃଷ୍ଟି ନିର୍ଦ୍ଦେଶ ଦେଇଥିଲେ । ଜାତୀୟ ରାଜପଥରେ ଚାଲୁଥିବା ଢ଼ାବା ଗୁଡ଼ିକୁ ମଧ୍ୟ ଅଚାନକ ଚଢ଼ାଉ କରି ବେଆଇନ ମଦ ବିକ୍ରି ଉପରେ ରୋକ ଲଗାଇବାପାଇଁ ଗୁରୁତ୍ୱ ଦେବାସହ ରାତ୍ରିକାଳୀନ ଚଢ଼ାଉ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ମଦ ମୃତ୍ୟୁ ଯେପରି ନହୁଏ ସେଥିପ୍ରତି ସମସ୍ତ ପଦକ୍ଷେପ ନେବାପାଇଁ ଉପଜିଲ୍ଲାପାଳ ତାଗିଦ୍ କରିଥିଲେ । ଚଢ଼ାଉ ସମୟରେ ସମସ୍ତ ବିଭାଗୀୟ ଅଧିକାରୀମାନେ ଏହି ଦିଗରେ ସମ୍ପୂର୍ଣ୍ଣ ସହଯୋଗ କରି କର୍ତ୍ତ୍ୟବ୍ୟନିଷ୍ଟ ହେବାପାଇଁ ଶ୍ରୀ ପୃଷ୍ଟି ସୁଚାଇଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ଉପଧୀକ୍ଷକ ଅଭିରାମ ବେହେରା, ଗଞ୍ଜାମ ତହସୀଲଦାର ଅରୁଣ କୁମାର ନାୟକ , ଖଲିକୋଟ ତହସିଲଦାର ରାଜକିଶୋର ପଟନାୟକ, କବିସୂର୍ଯ୍ୟନଗର ତହସିଲଦାର ପ୍ରକାଶ କୁମାର ମିଶ୍ର, ଆସିଷ୍ଟାଣ୍ଟ କଲେକ୍ଟର ଅଶୋକ କୁମାର ପ୍ରଧାନ ଓ ବିକ୍ରମ କୁମାର ଦୋରା, ସେକ୍ସନ ଅଫିସର ପ୍ରଶାନ୍ତ କୁମାର ଶତପଥୀ, ବରିଷ୍ଠ ରାଜସ୍ବ ସହାୟକ ଅଖିଳ ସାବତ ପ୍ରମୁଖ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ