କଂଗ୍ରେସ ର ବ୍ଲକ ସଭାପତି ହେଲେ ଅବନୀ

ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ବ୍ଲକ କଂଗ୍ରେସ ସଭାପତି ଭାବେ ଯୁବ ନେତା ଅବନୀ କୁମାର ଶତପଥୀ ଙ୍କୁ ଚୟନ କରାଯାଇଛି । ସେ ପୂର୍ବରୁ ଜିଲ୍ଲା କଂଗ୍ରେସ ସମ୍ପାଦକ ଭାବେ କାର‌୍ୟ୍ୟ କରିଛନ୍ତି । ଗଞ୍ଜମ ଜିଲ୍ଲାର ରେ ଯୁବ ସଂଗଠକ ଭାବେ ପରିଚିତ ଶ୍ରୀ ଶତପଥୀ ଙ୍କ ନେତୃତ୍ୱରେ ଆସ୍ଥାଭାଜନ କରି ତାଙ୍କୁ ଏହି ଦାଇତ୍ୱ ପ୍ରଦାନ କରାଯାଇଛି । ଦେଶ ର ସୁରକ୍ଷା ପାଇଁ ବେସାମରିକ ସୈନିକ ଭାବେ ସେନା ରେ ୧୩ ବର୍ଷ କାର‌୍ୟ୍ୟ କରିବାପରେ ନିଜ ମାତୃ ଭୂମି ପାଇଁ କିଛି କରିବା ଆଶାରେ ଚାକିରୀ ରୁ ସ୍ଵତଃ ଭାବେ ୨୦୦୮ ମସିହା ରେ ବିରତି ନେଇଥିଲେ । ଏହା ପରଠାରୁ ନିଜ ଅଞ୍ଚଳ ର ସାମାଜିକ ଏବଂ ମୌଳିକ କାର‌୍ୟ୍ୟ ପାଇଁ ଆଗେଇ ଆସି ସବୁବେଳେ ଚର୍ଚ୍ଚା ରେ ରହିଆସୁଥିଲେ , ସେଇଥିପାଇଁ ଯୁବ ବର୍ଗ ସବୁବେଳେ ତାଙ୍କ ଅନୁଗାମୀ ହୋଇଥିଲେ । ପରେ ପରେ କଂଗ୍ରେସ ପରି ଏକ ଜାତୀୟ ଦଳରେ ଯୋଗଦେଇ ଦଲୀୟ କାର‌୍ୟ୍ୟକ୍ରମ କୁ ସୁଚାର ରୂପେ ତୁଲେଇଥିଲେ । ଏହି ଅବସରରେ ଶ୍ରୀ ଶତପଥୀ କହିଛନ୍ତି ତାଙ୍କରି ଉପରେ ଯେଉଁ ଆଶା ଓ ଭରସା ରଖି ଏହି ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ରାଜ୍ୟ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ, ଜୟପୁର ବିଧାୟକ ତାରା ପ୍ରସାଦ ବହିନୀପତି ଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ଦଳୀୟ କର୍ମୀଙ୍କ ସହଯୋଗରେ ଦଳକୁ ସୁଦୃଡ଼ କରାଯିବା ସହ ଲୋକଙ୍କ ସମସ୍ୟା କୁ ନେଇ ସ୍ୱର ଉତ୍ତୋଳନ କରାଯିବ ବୋଲି ଅବନୀ ମତ ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ